ଆତଙ୍କବାଦୀ କୁ ମରଣ ମୁହଁ ରୁ ବଞ୍ଚାଇଲେ ଯବାନ: ଯବାନଙ୍କ ମାନବିକତା ଦେଖି ଆତଙ୍କବାଦୀ କହିଲା ‘ଆପଣମାନଙ୍କ ଭଳି ମୋର ବି ଯବାନ ହେବାର ଥିଲା’

ଜାମ୍ମୁ କାଶ୍ମୀରରେ ନିଜର ସହଯୋଗୀମାନଙ୍କ ଦ୍ଵାରା ଗୁଳି ଖାଇଥିବା ଜଣେ ଆତଙ୍କବାଦୀ ମୁହଁରୁ ବାହାରିଥିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଉକ୍ତ ଆତଙ୍କବାଦୀ କୁ ତାର ସହଯୋଗୀ ମାନେ ଗୁଳି ମାରି ସେଠାରୁ ଚାଲି ଯାଇଥିବା ସ୍ଥଳେ ପେଟ୍ରୋଲିଂ ସମୟରେ ଭାରତୀୟ ଯବାନ ମାନେ ସେହି ଆହତ ଆତଙ୍କବାଦୀ କୁ ଦେଖି ତାତ୍କ୍ଷଣାତ୍ ହସ୍ପିଟାଲ୍ ପଠାଇବାର ବ୍ୟବସ୍ଥା କରିଥିଲେ।ଭାରତୀୟ ଯବାନ ମାନଙ୍କ ଏଭଳି ମାନବିକତା ଦେଖି ଆହତ ହୋଇଥିବା ଆତଙ୍କବାଦୀ ଜଣକ କହିଲା ଆପଣମାନଙ୍କ ଭଳି ମୋର ବି ଯବାନ ହେବାର ଥିଲା।

ଆହତ ଆତଙ୍କବାଦୀ ର ନାମ ଆରିଫ୍ ହୁସେନ ବଟ୍।ସେ ସ୍ବୀକାର କରିଛନ୍ତି ଯେ ତାକୁ ହିଜ୍ ବୁଲ୍ ଏବଂ ଲସ୍କର୍ ର ଆତଙ୍କବାଦୀ ମାନେ ସେନା ଉପରେ ଆକ୍ରମଣ କରିବା ପାଇଁ ଏକ ବୈଠକ କୁ ଡାକିଥିଲେ।ବୈଠକ ଶେଷ ହେବା ପରେ ଯେତେବେଳେ ତାଙ୍କ ସହଯୋଗୀ ଆଦିଲ୍ ଅହମ୍ମଦ କ୍ୟାମ୍ପ କୁ ଯାଉଥିଲେ ସେହି ସମୟରେ ଅନ୍ୟ ଆତଙ୍କବାଦୀ ମାନେ ତାକୁ ଘେରି ଯାଇଥିଲେ।ପ୍ରଥମେ ଅନ୍ୟ ଆତଙ୍କବାଦୀ ମାନେ ତାଙ୍କୁ ଗୁଳି ମାରିଥିଲେ ସେ ଯେତେବେଳେ ତାଙ୍କୁ ରୋକିବାକୁ ଚାହୁଁଥିଲେ ସେତେବେଳେ ତାଙ୍କୁ ମଧ୍ୟ ଗୁଳି ମାଡ଼ କରାଯାଇଥିଲା।ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଛାଡ଼ି ଅନ୍ୟ ଆତଙ୍କବାଦୀ ମାନେ ସେଠାରୁ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *