ଏଫ୍ଆଇଆର୍ ପାଇଁ ଆଉ ଥାନାକୁ ଯିବାକୁ ପଡ଼ିବ ନାହିଁ, ପୁଲିସ ଘରେ ପହଞ୍ଚି ନିଜେ ଲେଖିବେ ରିପୋର୍ଟ

କୌଣସି ଅପରାଧ ବା ଅଘଟଣ ଘଟିଗଲେ ନ୍ୟାୟ ପାଇଁ ଲୋକ ପୋଲିସ ଥାନା ଯାଇ ଏଫ୍ଆଇଆର୍ ଦେଇଥାନ୍ତି I ବେଳେବେଳେ ଏହି ଏଫ୍ଆଇଆର୍ ପାଇଁ ସାଧାରଣ ଲୋକଙ୍କୁ ବହୁ ନାକେଦମ ହେବାକୁ ପଡିଥାଏ I ଏମିତି ନ୍ୟାୟ ବଦଳରେ ଥାନାକୁ ଦୌଡ଼ି ଦୌଡ଼ି ବୀତସ୍ପୃହ ହେଇଯାନ୍ତି I ଏବେ କିନ୍ତୁ ନୋଏଡା ରେ ଲାଗୁହେଇଛି ନୂଆ ନିୟମ I ଏଥରକ ଅଭିଯୋଗକାରୀ ଆଉ ଥାନାକୁ ଯିବାକୁ ପଡିବ ନାହିଁ I

ୟୁପି ପୁଲିସ ଗୈାତମବୁଦ୍ଧ ନଗର ଜିଲ୍ଲାରେ ଏକ ନୂଆ ନିୟମ ଲାଗୁ କରାଇଛନ୍ତି ,ଏହି ନିୟମ ଅନୁଯାଇ ‘ଡାଏଲ ଏଫ୍ଆଇଆର୍’ ଲାଗୁ ହେଇଚି ଅର୍ଥାତ ଆପଣ ଘରେ ବସି କୌଣସି ମାମଲାରେ ଏଫ୍ଆଇଆର୍ ଦେଇପାରିବେ I ଯଦି ରାସ୍ତାରେ ଯିବାସମୟରେ ଚୋରି ,ଡକାୟତି ,ଗାଡି ଅପହରଣ ,ଲୁଟ ,ଘର ଚୋରି ହେଇଥାଏ ତେବେ ଆପଣ ୧୦୦ ନମ୍ବରରେ କଲ୍ ଜଣାଇବା ପରେ ,ପୋଲିସ ଆପଣଙ୍କ ପାଖରେ ପହଁଚି ଏଫ୍ଆଇଆର୍ ରୁଜୁ କରିବ I

ସୂଚନା ଥାଉ କି ନୋଏଡ଼ା ରେ ଅପରାଧ ବଢ଼ିବାରେ ଲାଗିଥିବା ବେଳେ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଏପରି ଅଭିନବ ଉପାୟ ଅବଲମ୍ବନ କରାଯାଇଛି I ପୋଲିସ ର ଏପରି ଉଦ୍ୟମ କୁ ସବୁମହଲା ରୁ ସ୍ୱାଗତ ଏବଂ ପ୍ରସଂଶା କରାଯାଇଛି I

Leave a Reply

Your email address will not be published. Required fields are marked *