କାଳ ବର୍ଷା:ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଗଲା ୧୯ ଜୀବନ

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରବଳ ବର୍ଷା ଯୋଗୁଁ ପୁନେ – ମୁମ୍ବାଇ ରେ ଏକ ଘର ର କାନ୍ଥ ଭୁଶୁଡ଼ି ପଡ଼ି ୧୯ ଜଣ ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଲଗାତାର ୨୪ ଘଣ୍ଟା ଲଗାତାର ବର୍ଷା ହେବାରୁ ପୁନେ ର ସିଂହାଡ଼ କଲେଜ୍ ର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହା ଫଳରେ ଅନେକ ଲୋକ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ଏନଡିଆରେଫ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସେହି ପରି ମୁମ୍ବାଇ ର ମାଲାଡ ରେ ମଧ୍ୟ କାନ୍ଥ ଭୁଶୁଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ କାନ୍ଥ ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ର କ୍ଷତିପୂରଣ ବାବଦ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ମୃତକ ଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *