ସଂସଦରେ ସ୍ମାର୍ଟସିଟି ଭୁବନେଶ୍ୱର ର ଦୟନୀୟ ଅବସ୍ଥା ନେଇ ଗର୍ଜିଲେ ଅପରାଜିତା

ଲଘୁଚାପ ଜନିତ ବର୍ଷା ସୃଷ୍ଟି ହେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେ ଲଗାତାର ଘଣ୍ଟାଏ ବର୍ଷାରେ ସହର ର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବାସହିତ ରାସ୍ତା ଉପରେ ଅଣ୍ଟାଏ ପାଣି ଜମିରହୁଛି I ଏପରିକି ଗାଡି ମଟର ଭାସିଯାଉଛି Iଏହାକୁ ନେଇ ଆଜି ସଂସଦ ରେ କଥା ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ I ଦୀର୍ଘ ଦିନ ଧରି ଚାଲି ଆସୁଥିଲେ ମଧ୍ୟ ଏହା ଉପରେ କୌଣସି ସମାଧାନ ବାହାର ନକରିବା ଅତ୍ୟନ୍ତ କଷ୍ଟଦାୟକ I ତୁରନ୍ତ ରାଜ୍ୟ ଏବଂ କେନ୍ଦ୍ର ଉଭୟ ମିଳିତ ଭାବରେ ମିଶି ଏହାର ସମାଧାନ ବାହାର କରିବାକୁ ଅପରାଜିତା ଦାବି କରିଛନ୍ତି I

ଏହାସହିତ ଅଧିକାଂଶ ଡ୍ରେନ ଜବରଦଖଲ ହେଇଛି ଯାହାଫଳରେ ସ୍ୱାଭାବିକ ଭାବରେ ଜଳ ନିଷ୍କାସନ ହେଇପାରୁନାହିଁ ତେଣୁ ତୁରନ୍ତ ଜବରଦଖଲ ହଟାଯାଉ I

Leave a Reply

Your email address will not be published. Required fields are marked *