ରୋହିତଙ୍କ ଛକାରେ ଯୁବତୀ ଆହତ, ନିଜ ଅଟୋଗ୍ରାଫ ସହ ଟୋପି ଦେଇ କ୍ଷମା ମାଗିଲେ ରୋହିତ

ଗତକାଲି ବାଂଲାଦେଶ କୁ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଛି ଭାରତ I ଭାରତର ବିଶାଳ ସ୍କୋର ରେ ମୁଖ୍ୟ ନାୟକ ସାଜିଥିଲେ ରୋହିତ ଶର୍ମା I ୬ଟି ଚଉକା ଏବଂ ମାରି ୧୦୪ ରନ କରିଥିଲେ ରୋହିତ ,ଯାହାଫଳରେ ଭାରତ ର ଟାର୍ଗେଟ କୁ ଛୁଇଁବା ବାଂଲାଦେଶ ପାଇଁ ଟିକେ କଠିନ ଥିଲା |ତେବେ ରୋହିତ ଙ୍କ ଏହି ସ୍କୋର କରୁଥିବା ସମୟରେ ଏକ ଛକା ମାରିବା ସମୟରେ ବଲ ଟି ସିଧା ଜଣେ ଯୁବତୀ ଙ୍କ ଶରୀର ରେ ବାଜିଥିଲା I ଏହାଫଳରେ ଯୁବତୀ ଜଣଙ୍କ ଆହତ ହେଇଥିଲେ I

ମ୍ୟାଚ ସରିବା ପରେ ରୋହିତ ଏକଥା ଜାଣିପାରି ସେହି ଯୁବତୀ ଙ୍କୁ ସାକ୍ଷାତ କରି କ୍ଷମା ମାଗିଥିଲେ ଏବଂ ନିଜର ଟୋପି ରେ ଅଟୋଗ୍ରାଫ ଦେଇ ଯୁବତୀ ଙ୍କୁ ଦେଇଥିଲେ I ଯୁବତୀ ଜଣଙ୍କ ମଧ୍ୟ ରୋହିତ ଙ୍କୁ ପାଖରେ ପାଇ ଖୁସି ହେଇଯାଇଥିଲେ I ରୋହିତ ଙ୍କ ଏଭଳି କାର୍ଯ୍ୟକୁ ଏବେ ସୋସିଆଲ ମିଡିଆରେ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *