ସେସୁ ବିକ୍ରି କେବଳ ବାହାନା ,ସରକାର ଙ୍କ ତୁଟୁନି ଫ୍ରାଞ୍ଚାଇଜ ମୋହ,15ଟି ଡିଭିଜନ କୁ 10ବର୍ଷ ପାଇଁ ଦିଆଯିବ ଫ୍ରାଞ୍ଚାଇଜ

ନିକଟରେ ନେସ୍କୋ ୱେସ୍କୋ ,ସାଉଥକୋ କୁ ଘରୋଇକରଣ ପାଇଁ ଟେଣ୍ଡର ଡ଼କାଯାଇଥିବା ବେଳେ ପୁଣି ସେସୁ ରେ ଫ୍ରାଞ୍ଚାଇଜ କରଣ ପାଇଁ ଚାଲିଛି ପ୍ରସ୍ତୁତି I ଏନେଇ ଟେଣ୍ଡର ମଧ୍ୟ ଡକାଯାଇଛି I କିଛିଦିନ ତଳେ ଅହେତୁକ କ୍ଷତି ଦର୍ଶାଇ ସେସୁ କୁ ବିକ୍ରୀକରିଦେବାକୁ ବିଭାଗ ନୋଟିସ କରିଥିବା ବେଳେ ଏହାକୁ ନେବାପାଇଁ ଅଣ୍ଟା ଭିଡ଼ିଥିଲେ ଇଣ୍ଡିଆ ପାୱାର ଏବଂ ଟାଟା ପାୱାର I ଏନେଇ ଉଭୟ ଟେଣ୍ଡର ଦାଖଲ କରିଥିଲେ I ତେବେ ସେସୁରେ ଫ୍ରାଞ୍ଚାଇଜ ନେଇଥିବା ଏସୟୁପିଏଲ ,ଆରୟୁପିଏଲ ,ଫେଡ଼କୋ ଏବଂ ଏଂଜେନ ର ଚୁକ୍ତି ମୀଆଦ ମାର୍ଚ୍ଚ 2018 ରେ ସରିଯାଇଥିବା ବେଳେ ଏହାକୁ 3/4 ମାସ କରି 2019 ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଯାହାକି 2020ମାର୍ଚ୍ଚ ପର୍ଯ୍ୟନ୍ତ ବଳବତ୍ତର ରହିବ I

ୟା ମଧ୍ୟରେ ପୁଣିଥରେ ସେସୁ ର 15ଟି ଡିଭିଜନ କୁ 10ବର୍ଷ ପାଇଁ ଫ୍ରାଞ୍ଚାଇଜ ହାତକୁ ଟେକିଦେବା ପାଇଁ
ଟେଣ୍ଡର ବାହାରିଛି ,ଯାହାକୁ ନେଇ ଦ୍ଵନ୍ଦ ଉଠିଛି

I ଗୋଟେ ପଟେ ଏହି ଫ୍ରାଞ୍ଚାଇଜ ମଡେଲ ସମ୍ପୂର୍ଣ୍ଣ ବିଫଳ ହେଇଥିବା ବେଳେ ଯାହାର ଯାହାର ଉଦାହରଣ ହେଉଛି ଏସୟୁପିଏଲ ,ଆରୟୁପିଏଲ I ନିର୍ଧାରିତ କ୍ଷତି କମାଇବା ବଦଳରେ ସେସୁ ରେ କ୍ଷତି ବଢ଼ାଇ ପାଲଟା ହାଇକୋର୍ଟ କୁ ସେସୁ କୁ ଟାଣିଥିଲା ଏହି ଫ୍ରାଞ୍ଚାଇଜ I ଅବଶ୍ୟ କୋର୍ଟ ର ନିର୍ଦ୍ଧେଶକ୍ରମେ ଶେଷରେ ବିଦା ହେଇଥିଲା ,ଅନ୍ୟପକ୍ଷେ ଫେଡ଼କୋ ଏବଂ ଏଂଜେନ ର କର୍ମଚାରୀ ଅସନ୍ତୋଷ ସବୁବେଳେ ଲାଗିରହିଥିବା ବେଳେ ପ୍ରଦର୍ଶନ ମଧ୍ୟ ସେତେଟା ସନ୍ତୋଷଜନକ ନୁହେଁ I ନିର୍ଧାରିତ କ୍ଷତି କମାଇବାରେ ବିଫଳ ହେଇଚି ଏଂଜେନ I

ଏପରି ପରିପ୍ରେକ୍ଷୀରେ ଗୋଟେପଟେ ସେସୁ ର ବିକ୍ରି ,ଅନ୍ୟପଟେ 10ବର୍ଷ ପାଇଁ ଫ୍ରାଞ୍ଚାଇଜ ପାଇଁ ଟେଣ୍ଡର I ତେବେ କଣ ଏଇୟା କୁହାଯାଇପାରେ ଯେ ଫ୍ରାଞ୍ଚାଇଜ ହାତରେ ବିଦ୍ୟୁତ ବିଭାଗକୁ ଟେକିଦେବାକୁ ସେସୁ ବିକ୍ରି କେବଳ ବାହାନା ?

Leave a Reply

Your email address will not be published. Required fields are marked *