ପ୍ରଥମ ଥର ପାଇଁ ଅବହେଳିତ ଠିକା ବିଜୁଳି କର୍ମଚାରୀ ଙ୍କୁ ରେଗୁଲାର କରିବାକୁ ପ୍ରତାପ ଲେଖିଲେ ଚିଠି

ନିଜ ସରଳ ଜୀବନ ଯାପନ ପାଇଁ ରାତାରାତି ଚର୍ଚିତ ହେଇ କେନ୍ଦ୍ରମନ୍ତ୍ରୀ ହେଇଥିବା ପ୍ରତାପ ଷଡ଼ଙ୍ଗୀ ଙ୍କର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି I ଜଣେ ଦରଦୀ ନେତା ଭାବରେ ଜଣାଶୁଣା ପ୍ରତାପ ଙ୍କ ଉପରେ ଅନେକ ଆଶା ଏବଂ ଭରଷା ବଢ଼ିବାରେ ଲାଗିଛି ବାଲେଶ୍ୱର ବାସୀଙ୍କର Iତେବେ ନିକଟରେ ବିଜୁଳି କର୍ମଚାରୀ ମାନଙ୍କର ସମସ୍ୟାକୁ ନେଇ ଶକ୍ତି ମନ୍ତ୍ରୀ ଙ୍କୁ ଚିଠି ଲେଖିବା ପରେ ଏବେ ସବୁ ବିଜୁଳି କର୍ମଚାରୀ ମାନଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ପ୍ରତାପ ନନା I

ଦୀର୍ଘଦିନ ଧରି ବିଦ୍ୟୁତ ବିଭାଗରେ ଅସନ୍ତୋଷ ଲାଗିରହିଥିବା ବେଳେ,ଶ୍ରମିକ ଙ୍କ ସମସ୍ୟା ସୁଧାରିବା ବଦଳରେ କିଛି ଶ୍ରମିକ ନେତାମାନେ କେବଳ ପ୍ରବଞ୍ଚନା ଦେଇ ଦିନ ପରେ ଗଡେଇ ନିଜ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ I ଏପରି ସ୍ଥଳରେ ରେଗୁଲାର ହେବା ବଦଳରେ ଭବିଷ୍ୟତ କୁ ନେଇ ଶଙ୍କା ଭିତରେ ଠିକା ବିଦ୍ୟୁତ କର୍ମଚାରୀ I ତେବେ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀ ହେବାପରେ ବାଲେଶ୍ୱର ନେସ୍କୋ ରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନେ ନିଜର ସଂଘଠନ ଜରିଆରେ ପ୍ରତାପ ଙ୍କୁ ଲିଖିତ ଆକାରରେ ଜଣାଇଥିଲେ I ବିଦ୍ୟୁତ କର୍ମଚାରୀ ମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଶକ୍ତିମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଚିଠି ଲେଖିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ

I ନନା ଙ୍କ ଚିଠି ପରେ ଏବେ ବିଦ୍ୟୁତ କର୍ମଚାରୀ ମାନଙ୍କର ଆଶା ଏବଂ ଭରଷା ବଢ଼ିବାରେ ଲାଗିଛି ତାଙ୍କ ପ୍ରତି ,ସେମାନେ ଆଶାବାଦୀ ଯେ ଏ ପର୍ଯ୍ୟନ୍ତ ଅବହେଳିତ ବିଦ୍ୟୁତ ଠିକା କର୍ମଚାରୀ ମାନଙ୍କ ପାଇଁ ନନା ନିହାତି ଭାବରେ କିଛି କରିବେ I

Leave a Reply

Your email address will not be published. Required fields are marked *