ଯାଜପୁର ରେ ୧୧କେଭି ବିଦ୍ୟୁତ ତାର ଲାଗି ଜଳିଗଲା ରଥ , ୨ ଭକ୍ତ ମୃତ ୭ ଗୁରୁତର ଆହତ

ସବୁଆଡେ ରଥଯାତ୍ରା କୁ ନେଇ ବେଶ ଉତ୍ସାହ ଏବଂ ଖୁସିର ମାହୋଲ ଚାଲିଥିବା ବେଳେ ଯାଜପୁର ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା I ରଥ ଟାଣିବା କାଳ ହେଇଛି ,ରଥ ଟାଣିବା ସମୟରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ସାତ ଜଣ ଗୁରୁତର ହେଇଛନ୍ତି I ଖବର ଅନୁଯାଇ ଘଟଣାଟି ଯାଜପୁର ଜିଲ୍ଲା କାଳିଆପାଣିର ଟିସ୍କୋ ମାଇନ୍ସ ର କଲୋନୀରେ ହେଉଥିବା ରଥାଯାତ୍ରା ର I ପ୍ରତିବର୍ଷ ଭଳି ଏଥର ମଧ୍ୟ ରଥଯାତ୍ରା ହେଇଥିଲା ତେବେ ମୋଡ ବଦଳିବା ସମୟରେ ରଥ ନିୟନ୍ତ୍ରଣ ହରାଇଥିଲା ,ଏବଂ ରାସ୍ତା ପାର୍ଶ୍ୱକୁ ଚାଲିଯାଇଥିଲା ଏବଂ ବିଦ୍ୟୁତ ସଂସ୍ପର୍ଶ ରେ ଆସିଯାଇଥିଲା ରଥଟି ଲୁହାରେ ତିଆରି ହୋଇଥିବାରୁ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଅଘଟଣ ଘଟିଛି I

ଘଟଣାସ୍ଥଳରେ ଦୁଇଜଣ ଭକ୍ତଙ୍କ ଜୀବନ ଚାଲିଯାଇଛି I ମୃତକ ଦ୍ବୟ ଭରତ ରାୟ ଏବଂସୁଚିତ୍ର ଲେଙ୍କା I ଏହା ସହିତ ଆହୁରି ୭ଜଣ ଭକ୍ତ ମଧ୍ୟ ଗୁରୁତର ଭାବରେ ଆହତ ହେଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I

Leave a Reply

Your email address will not be published. Required fields are marked *