ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ପ୍ରେମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା !

ଗତକାଲି ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ନିର୍ମଳା ଙ୍କ ବଜେଟ କୁ ସବୁଆଡୁ ପ୍ରସଂଶା କରାଯାଉଥିବା ବେଳେ ପ୍ରଥମଥର ପାଇଁ ବ୍ରିଫକେସ ବଦଳରେ କପଡା ଫାଇଲ ରେ ବଜେଟ ଆଣି ପୁରୁଣା ପରମ୍ପରା କୁ ଭାଙ୍ଗିଥିଲେ ନିର୍ମଳା I

ବଜେଟ ସମୟରେ ନାରୀ ତୁ ନାରାୟଣୀ କହିଥିବା ବେଳେ ଏହି ଗୋଟିଏ ଲାଇନ ଓଡ଼ିଆ ମାନେ ଅତି ସହଜରେ ଗ୍ରହଣ କରିନେଇଛନ୍ତି ତେବେ ଏବେ ଚର୍ଚ୍ଚାରେ ଥିବା ନିର୍ମଳା ଓଡ଼ିଆ ଙ୍କର ଅତି ପ୍ରିୟ ସମ୍ବଲପୁରୀ ଶାଢ଼ୀ କୁ ବହୁତ ଭଲ ପାଆନ୍ତି I ଏପରିକି ପୂର୍ବଥର ମନ୍ତ୍ରୀ ହେବାର ଦ୍ୱିତୀୟଦିନରେ ନିର୍ମଳା ଙ୍କୁ ସମ୍ବଲପୁରୀ ଶାଢୀରେ ଦେଖିବାକୁ ମିଳିଥିଲା I

ସମ୍ବଲପୁରୀ ଶାଢ଼ୀ ନିଜର ଗୁଣବତ୍ତା ଏବଂ ସୁନ୍ଦରତା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି I ଅନେକ ନାମିଦାମୀ ସେଲିବ୍ରିଟି ଏବଂ ମହିୟସୀ ମହିଳା ମାନେ ମଧ୍ୟ ଓଡିଶା ର ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବାର ନଜିର ଆସିଛି I ତେବେ ସମ୍ବଲପୁରୀ ଶାଢ଼ୀ ପ୍ରତି ଅର୍ଥମନ୍ତ୍ରୀ ଙ୍କ ଏପରି ଭଲପାଇବା କୁ ଓଡିଶା ବାସି ଆଶା କରିଛନ୍ତି ଯେ ଆଗାମୀ ଦିନରେ ସମ୍ବଲପୁରୀ ଶାଢ଼ୀ ପାଇଁ କିଛି ସ୍ୱତନ୍ତ୍ର କରିବେ I

Leave a Reply

Your email address will not be published. Required fields are marked *