ରାହୁଲ ଙ୍କ ଯୁଗ ଶେଷ , କଂଗ୍ରେସ ଅଧ୍ୟକ୍ଷ ହେବେ ଯୁବନେତା ସଚିନ୍‌ ପାଇଲଟ !

ଚଳିତ ନିର୍ବାଚନ ରେ କଂଗ୍ରେସ ର ବିପୁଳ ପରାଜୟ ପରେ ଦଳରୁ ଇସ୍ତଫା ଦେଇଦେଇଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ,ତେବେ ତାଙ୍କ ଇସ୍ତଫା ବର୍ତମାନ ସୁଦ୍ଧା ଗ୍ରହଣୀୟ ହେଇନଥିଲେ ମଧ୍ୟ ରାହୁଲ ନିଜ ଜିଦ ରେ ଅଟଳ।ତେବେ ରାହୁଲ ଇସ୍ତଫା ଦେବାପରେ ଦଳରେ ଜଣେ ନୂଆ ଯୁବନେତା ଙ୍କୁ ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଛି I ସବୁଠୁ ପ୍ରଥମେ ଆସୁଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ I ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଥିଲେ କି ଏବେ ଦଳରେ ଜଣେ ନୂଆ ଯୁବ ନେତା ଆବଶ୍ୟକ ଯିଏକି ଦଳକୁ ସଙ୍କଟରୁ ବଞ୍ଚାଇ ପାରିବ I

ଏନେଇ ଶନିବାର ସନ୍ଧ୍ୟା 6ଟାରେ ଏକ ବୈଠକ ବସିବ ଯେଉଁଥିରେ ବରିଷ୍ଠ ନେତାମାନେ କଂଗ୍ରେସ ର ନୂଆ ଅଧ୍ୟକ୍ଷ ସଂକ୍ରାନ୍ତରେ ଆଲୋଚନା କରିବେ I

Leave a Reply

Your email address will not be published. Required fields are marked *