କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ମାମଲା : ନାମାଙ୍କନ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ର ସାଂସଦ ପ୍ରତାପ ଶଢଙ୍ଗୀ ନାମାଙ୍କନ ଦାଖଲ ସତ୍ୟପାଠ ସମୟ ରେ କିଛି ତଥ୍ୟ ଲୁଚାଇଥିଲେ। ସେଥି ପାଇଁ ତାଙ୍କ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ହାଇକୋର୍ଟ ଏକ ମାମଲା ରୁଜ୍ଜୁ କରିଛି।

ବାଲେଶ୍ଵର ର ଜଣେ ସାଧାରଣ ଭୋଟର ମହମ୍ମଦ ସହିରୁଲ୍ ହକ୍ ଙ୍କ ପକ୍ଷରୁ ମାମଲା ରେ ଦର୍ଶାଯାଇଛି ଯେ ବିଜେପି ପ୍ରାର୍ଥୀ ପ୍ରତାପ ସଢଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ନୁହେଁ। ଏଥିରେ ସେ ଅନେକ ତଥ୍ୟ ଲୁଚାଇଛନ୍ତି। ତାଙ୍କ ବିରୁଦ୍ଧରେ ଥିବା କେତେକ ଅପରାଧିକ ମାମଲା, ସମ୍ପତ୍ତି, ଓ ଅନ୍ୟ କେତେକ ବିଷୟରେ ସେ ତଥ୍ୟ ପ୍ରଦାନ କରିନାହାନ୍ତି। ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀ ପତ୍ର ଦାଖଲ କରିବା ସମୟରେ ଯେଉଁ ପ୍ରାର୍ଥୀ ସତ୍ୟପାଠ ରେ ଭୁଲ୍ ତଥ୍ୟ ଦେଇଥିବେ ଫଳାଫଳ ରବ୍ଦ ହେବ। ଏହି ନିୟମ କୁ ନେଇ ସାଂସଦ ଭାବେ ଶ୍ରୀଯୁକ୍ତ ସଢଙ୍ଗୀ ଙ୍କ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *