ପୁରୀ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ ଭିତରେ ରୋଗୀ କୁ ବଞ୍ଚାଇବାକୁ ଆମ୍ବୁଲାନ୍ସ ପାଇଁ ତିଆରି କଲେ ରାସ୍ତା

କାଳିଆ ର ରଥ ଟାଣିବାକୁ କାହିଁ କେତେ ଦୂରରୁ ଭକ୍ତ ଙ୍କ ସମାଗମ ହେଇଥାଏ I ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡରେ ଜନସମୁଦ୍ର ପାଲଟିଯାଇଥାଏ ବଡଦାଣ୍ଡ I ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ମଧ୍ୟରେ କିଛି ନା କିଛି ଅଘଟଣ ଘଟିଥାଏ,ତେବେ ଅଘଟଣ ରୁ ବଞ୍ଚାଇବାକୁ ତୁରନ୍ତ ଆମ୍ବୁଲାନ୍ସ ସେବା ଦରକାର ପଡିଥାଏ ,

କିନ୍ତୁ ଏତେ ଭିଡ ଭିତରେ ,ତାହା ପୁଣି ରଥଯାତ୍ରା ଭଳି ଭିଡରେ କିପରି ଆମ୍ବୁଲାନ୍ସ ଯାଇପାରିବ ?ହୁଏତ ଅଳ୍ପ ସମୟ ବିଳମ୍ବ ହେଲେ ଆମ୍ବୁଲାନ୍ସ ରେ ଥିବା ରୋଗୀଙ୍କ ଜୀବନ ଚାଲିଯାଇପାରେ , ସେହିପରି ଚଳିତଥର ରଥଯାତ୍ରା ରେ ଦେଖିବାକୁ ମିଳିଛି ଏକ ଚକିତକର ଦୃଶ୍ୟ I

ରଥଯାତ୍ରା ଜନସମୁଦ୍ର ମଧ୍ୟରେ ପାଖାପାଖି 1200 ସ୍ବେର୍ଚ୍ଛାସେବୀ ଙ୍କ ଦ୍ୱାରା ଏକ ମାନବ ଶୃଙ୍ଖଳ ହେଇ କିପରି ଆମ୍ବୁଲାନ୍ସ ଯାତାୟାତ କରିପାରୁଛି ତାହାର ଦୃଶ୍ୟ ଦେଖିବାକୁ ମିଳିଥିଲା I ସୂଚନା ଅନୁଯାଇ ଏନେଇ ପୁରୀ ଏସ୍ପି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟସ ରେ ଏକ ଭିଡିଓ ପୋଷ୍ଟ କରିଥିଲେ

ଯେଉଁଥିରେ କି ଦେଖିବାକୁ ମିଳିଥିଲା ଯେ ଭିଡ ଭିତରେ ହଠାତ ଆମ୍ବୁଲାନ୍ସ ଆସିବାରୁ ,ଆମ୍ବୁଲାନ୍ସ କୁ ବାଟ ଦେବାକୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିତରୁ ସ୍ୱେଚ୍ଛାସେବୀମାନେ ଆଗେଇ ଆସି ଏକ ମାନବ ଶୃଙ୍ଖଳ ତିଆରି କରି ଆମ୍ବୁଲାନ୍ସ କୁ ରାସ୍ତା ଦେଉଛନ୍ତି ଏବଂ ଆମ୍ବୁଲାନ୍ସ ରାସ୍ତା ପାର ହେବାପରେ ପୁଣି ସେମାନେ ମିଶିଯାଉଛନ୍ତି। ଏହି ଭିଡିଓ ଟି ପୋଷ୍ଟ ହେବାପରେ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ସହିତ ସମସ୍ତଙ୍କ ମନ କିଣିନେଇଯାଇଛି I

ସୂଚନା ଅନୁଯାଇ ୧୦ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପାଖାପାଖି ୧୨୦୦ ସ୍ୱେଚ୍ଛାସେବୀ ଙ୍କ ଦ୍ୱାରା ଏପରି ସମ୍ଭବ ହେଇପାରିଛି I ରଥଯାତ୍ରା ପୂର୍ବରୁ ଏମାନେ ଭଲଭାବେ ପ୍ରସ୍ତୁତ ହେଇଥିଲେ I

Leave a Reply

Your email address will not be published. Required fields are marked *