ଆଜି ପୁଣି ହେବ ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ, ଜାଣନ୍ତୁ ବର୍ଷା ହେଲେ କଣ ହେବ

ସେମି ଫାଇନାଲ କୁ ନେଇ ସବୁଆଡେ ଉତ୍ସାହ ଲାଗିରହିଥିବା ବେଳେ ଅଧା ଖେଳରେ ବର୍ଷା ସାଜିଥିଲା ବାଧକ I ଗତକାଲି ପ୍ରବଳ ବର୍ଷା ଯୋଗୁଁ ଭାରତ ସହିତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ କୁ ସ୍ଥଗିତ ରଖିବାକୁ ପଡିଥିଲା I ଆଜି ପୁଣିଥରେ ୩ଟା ବେଳେ ଖେଳ ଆରମ୍ଭ ହେବ I ଗତକାଲି ନ୍ୟୁଜିଲ୍ୟାଣ୍ଡ କୁ ଭାରତୀୟ ବୋଲର ମାନେ ମାପିଚୁପି ରନ ଦେଇ ୪୬.୧ ଓଭରରେ ୫ ଓ୍ବିକେଟ୍ ନେଇଥିଲେ ଏବଂ ମାତ୍ର ୨୧୧ରନ୍ କରିଥିଲା ନ୍ୟୁଜିଲ୍ୟାଣ୍ଡ I

ବୋଲର ମାନେ ଭାରତର ବିଜୟ ସମ୍ଭାବନା କୁ ଅତି ସହଜ କରିଦେଇଥିଲେ ମଧ୍ୟ ବର୍ଷା ବାଧକ ସାଜିଥିଲା ଏବଂ ଖେଳ ଅଟକି ରହିଥିଲା ୪୬ତମ ଓଭରରେ I ଆଜି ପୁଣିଥରେ ସେହି ୪୬.୨ ରୁ ଖେଳ ଆରମ୍ଭ ହେବ ଏବଂ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିବ I ଏବଂ ଯଦି ଖେଳ ଆରମ୍ଭ ପରେ ବର୍ଷା ହୁଏ ତେବେ ଲୁଇସ୍ ଡକଓ୍ବାଥ ନିୟମ ଅନୁଯାଇ ନିର୍ଧାରିତ ଓଭର ରେ ଭାରତ କୁ ରନ ଟାର୍ଗେଟ ଦିଆଯିବ I
ତେବେ ପାଣିପାଗ ସୂଚନା ଅନୁଯାଇ ଆଜି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ମାଞ୍ଚେଷ୍ଟରରେ I ଯଦି ଖେଳ ପୂର୍ବରୁ ବର୍ଷା ହୁଏ ତେବେ ଖେଳ ବନ୍ଦ ରହିବ ଏବଂ ରନ୍ ରେଟ୍ ଦୃଷ୍ଟି ରୁ ଭାରତ ସିଧାସଳଖ ଫାଇନାଲ ରେ ଏଣ୍ଟ୍ରି କରିବ I

Leave a Reply

Your email address will not be published. Required fields are marked *