ବିଜୟ ଙ୍କୁ ହରାଇବାକୁ ପାଟକୁରାରେ ବିଜେଡି ପ୍ରାର୍ଥୀ ଭୋଟରଙ୍କୁ ଟଙ୍କା ବାଣ୍ଟିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଆଉ ମାତ୍ର ଅଳ୍ପ କିଛିଦିନ ଧରି ପାଟକୁରା ନିର୍ବାଚନ ଥିବାବେଳେ ,ଏବେ ରାଜନୈତିକ ଉସ୍ମତା ଜୋରରେ ରହିଛି I ଗୋଟେପଟେ ସବୁଠୁ ଅଧିକ ଚର୍ଚାରେ ଥିବା ବିଜୟ ମହାପାତ୍ର ଥିବାବେଳେ ଅନ୍ୟପଟେ ସମୁର୍ଣ୍ଣ ବିଜେଡି I ବିଶେଷ କରି ନବୀନ ଙ୍କ ମୁଖ୍ୟ ଟାର୍ଗେଟ ରେ ବିଜୟ ମହାପାତ୍ର ,ତାଙ୍କୁ କିପରି ବିଧାନସଭା ରୁ ଦୁରେଇ ରଖାଯାଇପାରିବ ସେ ନେଇ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମ I ଅପରପକ୍ଷରେ ବିଜୟ ମଧ୍ୟ ସ୍ୱାଭିମାନ ର ଲଢେଇ ହେବ ବୋଲି ଆହ୍ୱାନ ଦେଉଛନ୍ତି I

ତେବେ ପ୍ରଚାର ପାଇଁ ବିଜେଡି ପକ୍ଷରୁ ହେଭି ୱେଟ ନେତା ଏବଂ ମନ୍ତ୍ରୀ ମାନେ ପାଟକୁରାରେ ଡେରା ପକାଇଥିବା ବେଳେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ସ୍ବର୍ଗତ ବେଦପ୍ରକାଶ ଙ୍କ ପତ୍ନୀ ତଥା ବିଜେଡି ପ୍ରାଥୀ ସାବିତ୍ରୀ ଅଗ୍ରୱାଲ I ଭୋଟ ପାଇଁ ବିଜେଡି ପ୍ରାଥୀ ସାବିତ୍ରୀ ଟଙ୍କା ବାଣ୍ଟୁଥିବାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି

I ଫୋଟୋରେ ମଧ୍ୟ ଦେଖାଯାଇଛି କି ସାବିତ୍ରୀ ଜଣେ ବ୍ୟକ୍ତିଙ୍କୁ କିଛି ଟଙ୍କା ଦେଉଛନ୍ତି ,ଏବଂ ପାଖରେ ତାଙ୍କର କିଛି ସମର୍ଥକ ମଧ୍ୟ ଅଛନ୍ତି I ତେବେ କେଉଁ ପରିସ୍ଥିତିରେ ଏପରି ସ୍ପଷ୍ଟ ଦିବାଲୋକରେ ବିଜେଡି ପ୍ରାଥୀ ଟଙ୍କା ବାଣ୍ଟୁଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି I

ତେବେ ଫୋଟର ସତ୍ୟତା ବିଷୟରେ ଜଣାପଡ଼ିନଥିଲେ ମଧ୍ୟ କେଉଁ ଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଫୋଟୋ ଭାଇରଲ କରାଯାଇଛି ତାହା ତଦନ୍ତ ସାପେକ୍ଷ ଏବଂ ସତ ହେଇଥିଲେ ସାଙ୍ଘାତିକ ,ଏନେଇ ବର୍ତମାନ ସୁଦ୍ଧା ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇନାହିଁ I

Leave a Reply

Your email address will not be published. Required fields are marked *