ମଟନ ମାଗି ନିର୍ଘାତ ମାଡ ଖାଇଲେ ବର ଏବଂ ବରଯାତ୍ରୀ ,ଶିଶୁପାଳ ହେଇ ଫେରିଲେ ବର

ବରଯାତ୍ରୀ ରେ ମଦ୍ୟପାନ କରି ଗଣ୍ଡଗୋଳ ହେବା ଏକ ନିତିଦିନିଆ ଘଟଣା ହେଇଗଲାଣି I ତେବେ ମଦ ପାଇଁ ଅଟକିଯାଇଛି ବର ର ବାହାଘର ଏବଂ ଶିଶୁପାଳ ହେଇ ଫେରିଛନ୍ତି ବର I ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡାରେ I ସୂଚନା ଅନୁଯାଇ କେନ୍ଦ୍ରାପଡା ମହାକାଳପଡାର ପ୍ରିୟରଞ୍ଜନ ବରଯାତ୍ରିନେଇ ପହଞ୍ଚିଥିଲେ ମାହାଙ୍ଗା ଦେବରିଓ ଗାଁ ରେ I କନ୍ୟାଘରେ ପହଁଚିବା ପରେ ବରଯାତ୍ରୀ ମଟନ ମାଗିବା ସହିତ ଚେୟାର ଭଙ୍ଗାରୁଜା କରିଥିଲେ I ଏପରିକି କନ୍ୟାଘର ଲୋକଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ କନ୍ୟା ଙ୍କ ଖୁଡିଙ୍କୁ ମାଡ ମାରିଥିବା ଚର୍ଚା ହେଇଥିଲା I

ଘଟଣା ଉଗ୍ରରୂପ ନେଉଥିବା ବେଳେ ନିଜେ ବର ସେହିସ୍ଥାନକୁ ଯାଇ ଆକଟ କରିବା ବଦଳରେ କନ୍ୟାଘର ପକ୍ଷକୁ ପାଟିତୁଣ୍ଡ କରିଥିଲେ I ଏଥିରେ କନ୍ୟାଘର ଗାଁ ଲୋକେ ରାଗିଯାଇ ବରଯାତ୍ରୀଙ୍କୁ ନିର୍ଘାତ ମାଡ ମାରିଥିଲେ । କନ୍ୟା ଏସବୁ ଦେଖିବା ପରେ ମଦ୍ୟପ ବର କୁ ବାହାହେବାକୁ ମନା କରିଦେଇଥିଲେ I କନ୍ୟା ମନା କରିଦେବାପରେ ବରପକ୍ଷ ଙ୍କୁ ଅଟକ ରଖାଯାଇ ପୋଲିସ କୁ ଖବର ଦିଆଯାଇଥିଲା I ପୋଲିସ ପହଁଚିବା ପରେ କ୍ଷତିପୂରଣ ବାବଦରେ ବରପକ୍ଷ ରୁ ୬ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା

I ଏହାପରେ ମଙ୍ଗୁଳା କନ୍ୟା ସେହି ଅଞ୍ଚଳ ର ଅନ୍ୟ ଜଣେ ଯୁବକ ଙ୍କୁ ବିବାହ କରିଥିଲେ ଏବଂ ବର ଶିଶୁପାଳ ହେଇ କାନମୁଣ୍ଡ ଆଉଁସି ଜୋରିମାନା ଦେଇ ଗାଁ କୁ ଫେରିଥିଲା I

Leave a Reply

Your email address will not be published. Required fields are marked *