କ୍ୟାବିନେଟ ବୈଠକ ପରେ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ ଦେବେ ଇସ୍ତଫା

ଆଜି କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ବାମୀ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଇଛି।ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ସେ ରାଜ୍ୟପାଳଙ୍କୁ ନିବେଦନ କରି ପାରନ୍ତି। ଏଣେ ବାଗୀ ବିଧାୟକମାନଙ୍କ ଶୁଣାଣି ମଧ୍ୟ ଆଜି କରିବେ ସୁପ୍ରିମ କୋର୍ଟ।ଏହାକୁ ଆଖି ଆଗରେ ସେ ଏଭଳି ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କୁମାର ସ୍ବାମୀ ଜେଡିଏ ସ୍ ଅଧକ୍ଷ ଏଚ ଡି ଦେବଗୌଡ ଙ୍କୁ ଆଜି ସନ୍ଧ୍ୟାରେ ଭେଟିବା କର୍ଯ୍ୟକର୍ମ ମଧ୍ୟ ରହିଛି।ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ବିଧାୟକ ମାନଙ୍କୁ ଇସ୍ତଫା ଦେବାକୁ ଚାପ ପକାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଏବଂ ପୂର୍ବତନ କର୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *