ଗାଁର ମମତା ଟାଣି ଆଣିଲା ଡାକ୍ତର ଦମ୍ପତି ଙ୍କୁ, ଜନ୍ମମାଟିରେ କରିବେ ମାଗଣା ରୋଗୀ ସେବା

ସାଧାରଣତଃ ବର୍ତ୍ତମାନ ଦେଖାଯାଉଛି ଯେ ପିଲାମାନେ ସମାଜ ରେ ପ୍ରତିଷ୍ଠିତ ହୋବ ପାଇଁ ନିଜ ବାପା, ମା, ଭାଇ, ଭଉଣୀ, ସାଙ୍ଗସାଥୀ ଓ ନିଜ ଜନ୍ମଭୂମି କୁ ଭୁଲି ସହରଭିମୁଖି ହେଉଛନ୍ତି। ସେମାନେ ପାଶ୍ଚାତ୍ୟ ସଭ୍ୟତା ଆଗରେ ନିଜକୁ ବିକ୍ରି କରିଦେଇ ନିଜ ପରମ୍ପରା ଓ କର୍ତ୍ତବ୍ୟ କୁ ଭୁଲି ଯାଉଛନ୍ତି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ର ବାଲିପାଟଣା ବ୍ଲକ୍ ପାମ୍ପାଲୋ ପଞ୍ଚାୟତ ର ଚଣାହଟ୍ଟା ପଟ୍ଟନାୟକ ସାହିର ସ୍ୱର୍ଗତଃ ମହେଶ୍ୱର ପଟ୍ଟନାୟକ ଙ୍କ ପୁଅ ଅନୁଗ୍ରହ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଡ଼ା. ପ୍ରିୟଦର୍ଶିନୀ ମହାନ୍ତି ବିଦେଶ ର ଚକଚକ୍ୟ କୁ ପାସୋରି ଦେଇ ଦୀର୍ଘ ୨୬ ବର୍ଷ ପରେ ନିଜ ଗ୍ରାମ କୁ ଫେରି ଆସିଛନ୍ତି।

ସୂଚନା ଅନୁସାରେ ଡା. ମହାନ୍ତି କଟକ ଏସସିବି ମେଡ଼ିକାଲ କଲେଜ ରୁ ଡାକ୍ତରୀ ଶିକ୍ଷା ପରେ ନ୍ୟୁୟର୍କ ରେ ଏମ.ଡି ଶିକ୍ଷା ଲାଭ କରି ସେଠାରେ ଦୀର୍ଘ ୨୬ ବର୍ଷ କାଳ ଡାକ୍ତରୀ ସେବାରେ ନିଜକୁ ନିୟୋଜିତ କରିଥିଲେ। ଏହା ସହ ଅବସର ସମୟରେ ସେ ନିଜ ସ୍ବାମୀ ଙ୍କ ସହ ନିଜ ଗ୍ରାମ କୁ ଫେରି ଗ୍ରାମ ରେ ରୋଗୀ ମାନଙ୍କ ସେବା କରନ୍ତି। ଏଥି ପାଇଁ ସେ ମଧୁମେହ ରୋଗୀ ମାନଙ୍କ ପାଇଁ ନିଜ ଗ୍ରାମ ରେ ଏକ ସ୍ଵାସ୍ଥ୍ୟ କେନ୍ଦ୍ର ମଧ୍ୟ ଖୋଲିଛନ୍ତି। ଏହା ଛଡ଼ା ସେ ମାଗଣା ରେ ଗରିବ ଲୋକଙ୍କୁ ଔଷଧ ପ୍ରଦାନ କରନ୍ତି ବୋଲି ଡ. ମହାନ୍ତି କହିଛନ୍ତି।

ଦୀର୍ଘ ଦିନ ଆମେରିକା ରେ ରହିବା ସତ୍ତ୍ଵେ ବି ସେ ଓଡ଼ିଆ ଘର ର ରୀତି ନୀତି ଚାଲି ଚଳନ ଭୁଲିନାହାନ୍ତି। ତୁଳସୀ ଚଉରା ରେ ସଞ୍ଜ ଧୂପ ଦେବା ଠୁ ଆରମ୍ଭ କରି ମାଣ ବସା ଗୁରୁବାର ଓ ଲକ୍ଷ୍ମୀ ପୁରାଣ ପାଠ କରିବାକୁ ସେ ବେଶ୍ ଭଲ ପାଆନ୍ତି ବୋଲି କହିଛନ୍ତି। ଏହା ସହ ସେ ନିଜ ଗ୍ରାମ କୁ ବି ଅତ୍ୟନ୍ତ ଭଲ ପାଆନ୍ତି।

Leave a Reply

Your email address will not be published. Required fields are marked *