ଚଉଠି ରାତିରେ ,ଫୁଲର ଶେଯରୁ ଥାନା କୁ ଚାଲିଗଲା ସ୍ତ୍ରୀ ,ବନ୍ଧାହେଲା ସ୍ୱାମୀ ସମସ୍ତେ କହିଲେ ସାବାସ୍

ଧୂମଧାମ ରେ ସରିଥିଲା ବାହାଘର I ବାହାଘର ବେଳେ କନ୍ୟାଘର ତରଫରୁ ନଗଦଦେଢ଼ ଲକ୍ଷ ଟଙ୍କା ,ସୁନା ଗହଣା ,ଜିନିଷପତ୍ର ସବୁ ଦିଆଯାଇଥିଲା I ତେବେ ଯୌତୁକ ବାବଦକୁ ଅଢେଇ ଲକ୍ଷ ବଦଳରେ ଦେଢ଼ଲକ୍ଷ ଦିଆଯାଇଥିଲା ଏବଂ ଆଉ ଲକ୍ଷେ ଟଙ୍କା ବାକି ରହିଥିଲା ,କଥା ଥିଲା କି ଚଉଠି ରେ ଦିଆଯିବ

I ତେବେ ଚତୁର୍ଥୀ ଦିନ ବରଘର ଦାବି ମୁତାବକ କନ୍ୟାଘରୁ ବାକି ଲକ୍ଷେ ତାଙ୍କ ନମିଳିବାରୁ ନବବଧୂ କୁ ନିର୍ଯାତନା ଦେଇଥିଲେ ସ୍ୱାମୀ I ଏପରିକି ନବବିବାହିତ ବଧୂଙ୍କୁ ନିର୍ଘାତ ପିଟିଥିଲେ ସ୍ୱାମୀ I ଘରେ ପାଦ ଦେଉ ଦେଉ ଏପରି ଯୌତୁକ ଲୋଭି ସ୍ୱାମୀ ଏବଂ ଶାଶୁଘର ଦେଖି ,ଚୁପ ରହିନଥିଲେ ନବବିବାହିତ ବୋହୁ I ଆଜିକା ଯୁଗରେ ଯୌତୁକ ଏକ ବ୍ୟାଧି ହେଇ ମାଡି ବସିଥିବା ବେଳେ ଯୌତୁକ ପାଇଁ କେତେଯେ ନୀରିହା ନବବଧୂ ପ୍ରାଣ ହରାଉଛନ୍ତି I

ତେଣୁ ଯୌତୁକ ଲୋଭି ସ୍ୱାମୀଙ୍କୁ ପାନେ ଦେବାକୁ ସିଧା ଥାନାକୁ ଯାଇଥିଲେ ଏବଂ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିଲେ I ସହିଦନଗର ଥାନା ଘଟଣା ସମ୍ପର୍କ ରେ ଜାଣିବା ପରେ ଥାନାରେ ଏତଲା ୠଜୁକରି ସ୍ୱାମୀଙ୍କୁ ଗିରଫ କରିଛି I ଘଟଣା ଟି ଭୁବନେଶ୍ବର ସ୍ଥିତ ଭିଏସ୍‌ଏସ୍‌ନଗରର I ଏଠିକାର ବାସିନ୍ଦା ଦେବୀ ପ୍ରସାଦଙ୍କର ପୁରୀ ନିମାପଡା ରେ ବିବାହ ହେଇଥିଲା ବନ୍ଦନା ଙ୍କ ସହିତ I

Leave a Reply

Your email address will not be published. Required fields are marked *