ଦିଲ୍ଲୀରେ ଅନୁଭବ ଙ୍କୁ ବଙ୍ଗଳା ଭିତରକୁ ଛାଡିଲେନି ସୁରକ୍ଷାକର୍ମୀ ,ଗେଟ୍ ବାହାରେ ଠିଆ ହେଇ ବୈଜୟନ୍ତ ଙ୍କ ଉପରେ ବର୍ଷିଲେ

2019 ନିର୍ବାଚନ ରେ ସବୁଠୁ ଅଧିକ ଚର୍ଚିତ ଥିବା କେନ୍ଦ୍ରାପଡା ର ବୈଜୟନ୍ତ ଏବଂ ଅନୁଭବ ଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା I ଶେଷରେ ବୈଜୟନ୍ତ ଙ୍କୁ ହରାଇ ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେଇଥିଲେ ଅନୁଭବ I ନିର୍ବାଚନ ପୂର୍ବରୁ ବୈଜୟନ୍ତ ଙ୍କୁ ଟାର୍ଗେଟ କରୁଥିବା ଅନୁଭବ ନିର୍ବାଚନ ପରେ ମଧ୍ୟ ଟାର୍ଗେଟ କରିବା ଛାଡ଼ିନାହାନ୍ତି I ଗତକାଲି ପୁଣିଥରେ ବୈଜୟନ୍ତ ଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି ଅନୁଭବ I

ଅନୁଭବ ଙ୍କ ଟ୍ୱିଟ୍ ଅନୁଯାଇ ବିଜେଡି ସାଂସଦ ଥିବାବେଳେ ବୈଜୟନ୍ତ ଙ୍କୁ ନୂଆଦିଲ୍ଲୀର ଦ୍ୱିତୀୟ ମହାଦେବ ରୋଡରେ ସରକାରୀ ବଙ୍ଗଳା ମିଳିଥିଲା ।କିନ୍ତୁ ବୈଜୟନ୍ତ ସାଂସଦ ପଦରୁ କେଭେଠୁ ଇସ୍ତଫା ଦେଇସାରିଥିଲେ ,ଏବଂ ନିକଟରେ ପରାସ୍ତ ହେଇଥିଲେ ମଧ୍ୟ ସେହି ବଙ୍ଗଳା ଛାଡ଼ୁନାହାନ୍ତି ବୋଲି ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି

।ଏପରିକି ତାଙ୍କୁ ସେହି ବଙ୍ଗଳା ଭିତରକୁ ଛାଡ଼ୁନାହାନ୍ତି ବୋଲି ଅନୁଭବ ଗେଟ ବାହାରେ ଠିଆ ହେଇ ଏକ ଫୋଟୋ ଉଠାଇ ଟ୍ୱିଟ କରିଛନ୍ତି I

Leave a Reply

Your email address will not be published. Required fields are marked *