ସୁଦର୍ଶନଙ୍କୁ ତକିଆ କରି ଶୋଇ ପଡ଼ିଲେ ବଳିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସଂପାଦକ !

ପୁଣି ବିବାଦ ଘେରକୁ ଆସିଛନ୍ତି ଜଣେ ସେବାୟତ I ପ୍ରତିବର୍ଷ ରଥଯାତ୍ରା ସମୟରେ କିଛି ନା କିଛି ବିବାଦୀୟ ଘଟଣାରେ ଚର୍ଚାକୁ ଆସୁଥିବା ବେଳେ ଏଥରକ ଆସିଛି ସାଙ୍ଘାତିକ ଅଭିଯୋଗ I ରଥ ଉପରେ ସୁଭଦ୍ରା ଙ୍କ ନିକଟରେ ଥିବା ସୁଦର୍ଶନଙ୍କୁ ଆଉଜି ସୋଇପଡିଛନ୍ତି ଜଣେ ବଳିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ର। ସେ କେବଳ ଜଣେ ସେବାୟତ ନୁହେଁ ଦଇତାପତି ନିଯୋଗର ସଂପାଦକ ମଧ୍ୟ I ଫୋଟୋ ଟି ଏବେର କି ପୁରୁଣା ତାହା ସ୍ପଷ୍ଟ ହେଇନଥିଲେ ମଧ୍ୟ ଜଣେ ସେବାୟତ ସୁଦର୍ଶନ ଙ୍କୁ ଏପରି ଆଉଜି କି ଶୋଇବା ଭକ୍ତ ମହଲ ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି I

ଅପରପକ୍ଷରେ ସେବାୟତ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଅଛି ଯେ ହୁଏତ ଏହା ବିକୃତ କରାଯାଇ ଥାଇପାରେ ,ତେବେ ଏହା କିପରି ଏବଂ କାହିଁକି ସାମ୍ନା କୁ ଆସିଲା ତାହାର ତଦନ୍ତ କରାଯିବା ସହିତ ଯଦି ସତ ହେଇଥାଏ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି କରାଯାଉଛି I

Leave a Reply

Your email address will not be published. Required fields are marked *