ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ସିରିଜ୍‌ ର ନେତୃତ୍ବ ନେବେ ରୋହିତ ! ବିରାଟ ଙ୍କ ବଦଳରେ ରୋହିତ ହେବେ ଅଧିନାୟକ !

ନିକଟରେ ବିଶ୍ୱକପ ରେ ନ୍ୟୁଜଲାଣ୍ଡ ଠାରୁ ପରାଜୟ ହେଇ ଭାରତ ବିଦା ହେଇଥିବା ବେଳେ ଭାରତ ର ଅଧିନାୟକ ବିରାଟ କୋହଲି ଙ୍କୁ ନେଇ ଚର୍ଚ୍ଚା ଧରିଛି ଏପରିକି କୋହଲି ଅଧିନାୟକ ପାଇଁ ଯୋଗ୍ୟ ନୁହନ୍ତି ବୋଲି ସୋସିଆଲ ମିଡିଆରେ ସମାଲୋଚନା ଚାଲିଛି I ଏପରି ସ୍ଥିତି ରେ ଆଗକୁ ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ରହିଛି I ଅଗଷ୍ଟ ରେ ହେବାକୁ ଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ,୨ଟି ଟେଷ୍ଟ, ଏବଂ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ । ତେବେ ସୂତ୍ର ଅନୁଯାଇ ଏହି ସିରିଜ୍‌ ରେ ବିରାଟ ଙ୍କ ବଦଳରେ ରୋହିତ ଶର୍ମା ଙ୍କୁ ନେତୃତ୍ବ ଦିଆଯିବାର ଆଲୋଚନା ଚାଲିଛି I

ବିଗତ ଦୁଇ ବର୍ଷ ଧରି ବିରାଟ ସବୁ ଫର୍ମାଟ ରେ ଲଗାତାର ଖେଳୁଥିବାରୁ ତାଙ୍କୁ ସାମୟିକ ଭାବେ ବିଶ୍ରାମ ଦେବାପାଇଁ ବିସିସିଆଇ ଚିନ୍ତା କରୁଛି I ତେଣୁ ତାଙ୍କ ସ୍ଥାନରେ ରୋହିତ ଙ୍କୁ ଅଧିନାୟକ ନେତୃତ୍ୱ ଦିଆଯିବ I ବିଶ୍ୱକପ ରେ ପାଞ୍ଚଟି ଶତକ ମାରି ରୋହିତ ସମସ୍ତଙ୍କର ମନ ଜିଣିଯାଇଛନ୍ତି Iତେବେ ଆଗାମୀ ସିରିଜ ପାଇଁ ରୋହିତ ଅଧିନାୟକ ହେବାନେଇ ଖୁବ ଶୀଘ୍ର ଘୋଷଣା କରିପାରେ ବିସିସିଆଇ I

ଅପରପକ୍ଷରେ ଧୋନି ମଧ୍ୟ ଏହି ମ୍ୟାଚ ରେ ଖେଳିନପାରନ୍ତି ବୋଲି ଚର୍ଚ୍ଚା ହେଉଛି ,ଏମିତିରେ ବି ଶୁଣାଯାଉଛି କି ଧୋନି କ୍ରିକେଟ ରୁ ସନ୍ୟାସ ନେବେ ବୋଲି I

Leave a Reply

Your email address will not be published. Required fields are marked *