ସରକାରୀ ହସ୍ପିଟାଲ ରେ ମାଲକାନଗିରି ଜିଲାପାଳ ଙ୍କ ପତ୍ନୀ ଭର୍ତି ,ରଥଯାତ୍ରା ରେ ଜନ୍ମ ନେଲା ପୁତ୍ର ସନ୍ତାନ

ଏଇ ନିକଟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନର୍ସ ଙ୍କ ଟିକଟକ୍ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ହେଇଥିଲା ବେଳେ ପୁଣିଥରେ ଜିଲ୍ଲାପାଳ ଙ୍କ ପାଇଁ ଚର୍ଚ୍ଚା କୁ ଆସିଛି I ତେବେ ଏଥରକ କିନ୍ତୁ ଜିଲ୍ଲାପାଳ ଙ୍କ ଏକ ନିଆରା ଉଦ୍ୟମ ପାଇଁ ଚର୍ଚ୍ଚା କୁ ଆସିଛି ଚିକିତ୍ସାଳୟ I ସାଧାରଣତଃ ଆଜିକାଲି ସମସ୍ତେ ପ୍ରାଇଭେଟ ହସ୍ପିଟାଲ ଉପରେ ନିର୍ଭରଶୀଳ Iଆଉ ବଡ ବଡ ବାବୁ ମାନଙ୍କ କଥା ତ ନକହିଲେ ଭଲ I

ସରକାରୀ ହସ୍ପିଟାଲ କୁ କେହି ପସନ୍ଦ କରିନଥାନ୍ତି ,ଏପରି ସ୍ଥଳରେ ଲୋକଙ୍କ ଆସ୍ଥା ଏବଂ ଭରଷା କିପରି ସରକାରୀ ହସ୍ପିଟାଲ ଉପରେ ରହିବ ସେନେଇ ନିଆରା ଉଦ୍ୟମ କରିଛନ୍ତି ଜିଲାପାଳ I ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଙ୍କ ପତ୍ନୀ ଆସର୍ନ ପ୍ରସବା ଥିବାବେଳେ ରଥଯାତ୍ରା ଦିନ ତାଙ୍କୁ କୌଣସି ଏକ ବଡ ହସ୍ପିଟାଲ ବଦଳରେ ଜିଲ୍ଲାପାଳ ସରକାରୀ ହସ୍ପିଟାଲ ରେ ଭର୍ତି କରିଥିଲେ I

ଜିଲ୍ଲାପାଳ ଙ୍କ ପତ୍ନୀ ଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ I ଉଭୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଘଟଣାଟି ଏବେ ସମଗ୍ର ମାଲକାନଗିରି ରେ ଚର୍ଚ୍ଚା ଧରିଛି I

Leave a Reply

Your email address will not be published. Required fields are marked *