ରକ୍ତରେ ଭିଜିଲା ପୁରୀ ସାକ୍ଷୀଗୋପାଳ,ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚ ଙ୍କ 3 ଜଣ ସମ୍ପର୍କୀୟ ଙ୍କୁ ହାଣିଦେଲେ

ଏପଟେ ଜଗନ୍ନାଥ ଙ୍କ ଅଧରପଣା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୁରୀକୁ ଲୋକଙ୍କ ଭିଡ଼ ଲାଗିବାରେ ଲାଗିଛି I ତେବେ ସୁରକ୍ଷିତ ନୁହେଁ ପୁରୀ ,ସନ୍ଧ୍ୟା ସମୟରେ ବିଚ୍‌ ରାସ୍ତାରେ 3ଜଣ ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି ଦୁର୍ବୁର୍ତ୍ତ I ପ୍ରାପ୍ତ ଖବର ଅନୁଯାଇ ପୁରୀ ଜିଲ୍ଲା ର ସତ୍ୟବାଦୀ ଅଞ୍ଚଳ ର ପଟ୍ଟନାୟକିଆରେ ସନ୍ଧ୍ୟା ସମୟରେ ରକ୍ତର ନଦୀ ବହିଯାଇଛି Iସଦାନନ୍ଦପୁର ଗାଁର କୃଷ୍ଣ ବେହେରା, ପୂର୍ଣ୍ଣ ବେହେରା ଏବଂ ପଞ୍ଚୁ ବେହେରା ଛକ ପାଖକୁ ଆସିଥିବା ବେଳେ ସେଠାରେ ଥିବା କେହିଜଣେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା I

ଘଟଣା ସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହେଇଚି I ଖବର ରୁ ଜଣାପଡିଛି କି ମୃତକ ତିନିଜଣ ହେଉଛନ୍ତି ସତ୍ୟବାଦୀ ବୀରରାମଚନ୍ଦ୍ରପୁର ଗ୍ରା.ପର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କର ସମ୍ପର୍କୀୟ I ପୂର୍ବ ଶତ୍ରୁତା ଯୋଗୁଁ ଏପରି ହିଂସାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି I

Leave a Reply

Your email address will not be published. Required fields are marked *