ଚନ୍ଦ୍ରଯାନ-୨ରେ ଯାନ୍ତ୍ରିକ ତ୍ରୁଟି : ସ୍ଥଗିତ ରହିଲା ଉତ୍‌କ୍ଷେପଣ

ଆଜି ଭୋର୍ ୨ ଟା ୫୧ ମିନିଟ୍ ସମୟରେ ‘ ଚନ୍ଦ୍ରଯାନ -୨ ‘ ଉତକ୍ଷେପଣ ହେବାକୁ ଯାଉଥିଲା, କିନ୍ତୁ କେତେକ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି। ରକେଟ ରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଏହାକୁ ସ୍ଥଗିତ ରଖିବାକୁ ଜରୁରୀ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।

ଇସ୍ରୋ ର ସର୍ବାଧିକ ମହତ୍ୱାକଙ୍କ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ – ୨ ପ୍ରକ୍ଷେପଣ କୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ସୂଚନା ଅନୁସାରେ ‘ ଚନ୍ଦ୍ରଯାନ -୨ ‘ ଉତକ୍ଷେପଣ ର ପ୍ରାୟ ୫୦ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୬ କିମ୍ବା ୭ ରେ ଲ୍ୟାଣ୍ଡ ର ଚନ୍ଦ୍ରପୃଷ୍ଠ ରେ ଅବତରଣ କରିଥାନ୍ତା। କିନ୍ତୁ ଜିଏସଏଲଭି ଏମକେ ୩ ରକେଟ ୪୪ ମିଟର ଲମ୍ବ ଏବଂ ୬୪୦ ଟନ୍ ଓଜନ ର ଉପଗ୍ରହ କୁ ନେଇଯିବା ପୂର୍ବରୁ ରାତି ୨ ଟା ବେଳେ ତ୍ରୁଟି ଠାବ ହୋଇଥିଲା। ଯେଉଁଥିପାଇଁ କି ଏହି କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଛି। କିଛିଦିନ ମଧ୍ୟରେ ଉତ୍କ୍ଷପଣ ର ପରବର୍ତ୍ତୀ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *