ଢେଙ୍କାନାଳ ପିଙ୍ଗୁଆ ରାସ୍ତାରେ ଯୁବକ ଙ୍କ ଉପରେ ଚଢ଼ିଗଲା ଗାଡି ,ଘଟଣା ସ୍ଥଳରେ ଯୁବକ ମୃତ ,ଉତ୍ତେଜନା ଜାରି

(ଓଡିଶା Exclusive )ଢେଙ୍କାନାଳ ବ୍ୟୁରୋ :ଷଡ଼ଙ୍ଗୀ-ନିହାଲପ୍ରସାଦ ରାସ୍ତା ର ପିଙ୍ଗୁଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି I ପିଙ୍ଗୁଆ ର ଜୈନକ ଯୁବକ ୨୮ମାଇଲ ନିକଟରେ ରାସ୍ତା ରେ ଯାଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ପଛପଟରୁ ଧକା ଦେଇ ଚାଲିଯାଇଛି I ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହେଇଥିବା ବେଳେ ଗାଡି ଚାଳକ ଫେରାର ଅଛି I ଘଟଣାଟି ଗତକାଲି ବିଳମ୍ବିତ ରାତ୍ରିରେ ହେଇଥିବା ବେଳେ ଆଜି ସକାଳେ ଲୋକଲୋଚନ କୁ ଆସିଛି I

ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଁଚି ରାସ୍ତା ଅବରୋଧ କରିଥିବା ସହ ଉତ୍ତେଜନା ଲାଗି ରହିଛି I ଖବର ଅନୁଯାଇ ଯୁବକ ଜଣଙ୍କ ନାମ ଅକ୍ଷୟ ବେହେରା ,ଘର ପିଙ୍ଗୁଆ ବ୍ରାହ୍ମଣ ସାହି ହେଇଥିବା ବେଳେ ସେ କିଛିବର୍ଷ ଧରି ଗଁଦିଆ ରେ ରହିଆସୁଛନ୍ତି I

Leave a Reply

Your email address will not be published. Required fields are marked *