ଜେଏନ୍‌ୟୁରେ ଗାର୍ଡ ଥିଲେ, ପ୍ରବେଶିକା ପରୀକ୍ଷା ଦେଇ ଏବେ ଜେଏନ୍‌ୟୁର ଛାତ୍ର ହେଲେ ଦିନ ମଜୁରିଆଙ୍କ ପୁଅ

ଜବାହରାଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ରେ ପଢିବା ଅନେକ ଛାତ୍ର ଛାତ୍ରୀ ମାନଙ୍କ ସ୍ଵପ୍ନ ହୋଇଥାଏ କାରଣ ତାହା ଦେଶ ର ସବୁଠାରୁ ପ୍ରତିଷ୍ଠିତ ବିଶ୍ଵ ବିଦ୍ୟାଳୟ ମଧ୍ୟରୁ ଗୋଟିଏ। ଏଠାରେ ପଢିବା ସବୁ ପିଲାଙ୍କ ଭାଗ୍ୟରେ ନଥାଏ। କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି ଏହି ବିଶ୍ଵବଦ୍ୟାଳୟରେ ସିକ୍ୟୁରିଟି ଗାର୍ଡ ରୂପରେ କାମ କରୁଥିବା ରାଜମଲ ମିନା ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ପଢିବାକୁ ଯାଉଛନ୍ତି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୂଚନାଯୋଗ୍ୟ, ଛୋଟ ବେଳୁ ରାଜମଲ ଙ୍କ ପାଠ ପଢ଼ିବାର ବହୁତ୍ ଇଚ୍ଛା ଥିଲା। କିନ୍ତୁ ଘର ର ପରିସ୍ଥିତି ଓ ଦାରିଦ୍ର୍ୟତା ତାଙ୍କ ରାସ୍ତା ର ପ୍ରତିବନ୍ଧକ ଥିଲା। ଘର ଠାରୁ କଲେଜ୍ ଅତି ଦୂର ହୋଇଥିବାରୁ ସେ ପାଠପଢ଼ା ଅଧା ରୁ ଛାଡିଥିଲେ ଓ କିଛି ଦିନ ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟ ରୁ ସେ ସ୍ନାତକ କରିଥିଲେ। ଏହାପରେ ୨୦୧୪ ମସିହା ରେ ଦିଲ୍ଲୀ ଆସି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରେ ସେ ସିକ୍ୟୁରିଟି ଗାର୍ଡ ରୂପରେ କାମ ଆରମ୍ଭ କରିଥିଲେ। ସେଠାରେ କାମ କରିବା ସମୟରେ ତାଙ୍କର ସେହି ବିଶ୍ୱବିଦ୍ୟାଳୟ ରେ ପଢିବା ପାଇଁ ଇଚ୍ଛା ଜନ୍ମିଥିଲା। ସେଥି ପାଇ ସେ ଖବର କାଗଜ ଓ ନିଜ ମୋବାଇଲ ରୁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ଓ ଶେଷରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା।

Leave a Reply

Your email address will not be published. Required fields are marked *