ବାୟୁସେନା ମୁଖ୍ୟଙ୍କ ଚେତାବନୀ:କାର୍ଗିଲ ପରିସ୍ଥିତି ହେଲେ, ଏଥରକ ହେବ ଶେଷ ଯୁଦ୍ଧ,ଧ୍ବଂସ ହେଇଯିବ ପାକିସ୍ତାନ ସେନା

ଭୟାନକ କାର୍ଗିଲ ଯୁଦ୍ଧକୁ ୟା ମଧ୍ୟରେ ୨୦ ବର୍ଷ ବିତିଯାଇଛି I ତଥାପି ସେହି ଲୋମହର୍ଷଣକାରୀ ଘଟଣା ଆଜିବି ପ୍ରତିଟି ଭାରତୀୟ ଙ୍କ ମନରୁ ଲିଭିପାରିନାହିଁ I ତେବେ 20ବର୍ଷ ପୂର୍ତ୍ତି ଅବସରରେ ନୂଆ ଦିଲ୍ଲୀଠାରେ ‘ଅଭିଯାନ ଶ୍ୱେତ ସାଗରକୁ ୨୦ ବର୍ଷ’ ନାମକ ଏକ ଆୟୋଜିତ କାର୍ଯ୍ୟକ୍ରମ ରେ ବାୟୁସେନା ମୁଖ୍ୟ ଧନୋଆ କହିଛନ୍ତି ଯେ ନିକଟରେ ଇଟା ର ଜବାବ ପଥର ରେ ଦିଆଯାଇଛି I ପାକ ଅଧିକୃତ ଅଞ୍ଚଳ ରେ ଭାରତୀୟ ବାୟୁସେନା ପଶି ଆତଙ୍କୀ ଙ୍କୁ ଧ୍ବଂସ କରିଛି ଯଦି ପୁଣି ଥରେ କାର୍ଗିଲ ଭଳି ସ୍ତିତି ପହଞ୍ଚେ ତେବେ ଏଥରକ ହିଁ ହେବ ଶେଷ ଯୁଦ୍ଧ I ଯେଉଁ ଯୁଦ୍ଧରେ ପାକିସ୍ତାନ କୁ ବହୁ ମୂଲ୍ୟ ଦେବାକୁ ପଡିବ I

Leave a Reply

Your email address will not be published. Required fields are marked *