ଲେଖାଶ୍ରୀ ଙ୍କୁ ଫେସବୁକରେ ଅତି କଦର୍ଯ୍ୟ ଅଶାଳୀନ ମେସେଜ ପଠାଇଲେ ଯୁବକ I ଥାନାରେ ଅଭିଯୋଗ

ରାଜ୍ୟ ରାଜନୀତି ର ଜଣେ ଚର୍ଚିତ ମହିଳା ତଥା ବିଜେପି ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଙ୍କୁ ଫେସବୁକ ମେସେଞ୍ଜର ରେ ଅତି କଦର୍ଯ୍ୟ ଭାଷାରେ ଜଣେ ବ୍ୟକ୍ତି ମେସେଜ ପଠାଇଛନ୍ତି I ଏନେଇ ଲେଖାଶ୍ରୀ ନିଜ ସୋସିଆଲ ମିଡିଆ ପେଜ୍ ରେ ଉଲ୍ଲେଖ କରିବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I

ଖବର ଅନୁଯାଇ ସିଦ୍ଧାର୍ଥ ଶଙ୍କର ନାୟକ ନାମକ ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି ଲେଖାଶ୍ରୀଙ୍କ ଫେସବୁକରେ ପେଜ୍‌ ମେସେଞ୍ଜର କୁ ଅତି ଖରାପ ଭାଷାରେ ମେସେଜ ପଠାଇ ତାଙ୍କୁ ମାନସିକ ଭାବେ କଷ୍ଟ ଦେବାକୁ ଚାଁହୁଥିଲା I ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି I ଲେଖାଶ୍ରୀ ଙ୍କୁ ଦାମ ବାବୁ ଙ୍କ ସହିତ ମିଶାଇ ଅତି ଅଶାଳୀନ ମନ୍ତବ୍ୟ ଦେବା ସହିତ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ମଧ୍ୟ ଖରାପ ଭାଷାରେ ଲେଖିଛନ୍ତି I

ଏହା ସହିତ ଲେଖାଶ୍ରୀ କହିଛନ୍ତି କି ସିଦ୍ଧାର୍ଥଙ୍କର ବନ୍ଧୁ ଲିଷ୍ଟ ରେ ବିଜେଡି ର ବରିଷ୍ଠ ନେତା ଦେବାଶିଷ ନାୟକ, ଅଶୋକ ବଳ ଅଛନ୍ତି ,ତେଣୁ ଏଭଳି ପାୱାରଫୁଲ ନେତା ଥିବାରୁ ସିଦ୍ଧାର୍ଥ ଏପରି ଲେଖିବାକୁ ସାହସ କଲେ ବୋଲି ଲେଖାଶ୍ରୀ କହିଛନ୍ତି ତୁରନ୍ତ ତାଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି I ଅପରପକ୍ଷରେ ଯଦି ଜଣେ ରାଜ୍ୟ ସ୍ତରୀୟ ନେତ୍ରୀ ଙ୍କୁ ଏଭଳି ଅଶାଳୀନ ମେସେଜ ପଠାଯାଉଛି ତେବେ ସୋସିଆଲ ମିଡିଆରେ ସାଧାରଣ ମହିଳା କେତେ ସୁରକ୍ଷିତ ?

Leave a Reply

Your email address will not be published. Required fields are marked *