ତମ ସାମ୍ବାଦିକ ମାନଙ୍କର କଣ ଓଉକାତ ଅଛି ? ବାଡା ସ ..ଙ୍କୁ କହି କନକ ନିଉଜ ରିପୋର୍ଟର ଙ୍କୁ ପିଟିଲେ ହାବିଲଦାର

କେନ୍ଦ୍ରାପଡା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ ନ୍ୟୁଜ ୧୮ ର ସାମ୍ବାଦିକ ଅଜେଶ ମଲିକ ଙ୍କୁ ଏସପି ନୀତି ଶେଖର ଦୁର୍ବ୍ୟବହାର କରିବା ସହିତ ହାତ ଉଠାଇଥିଲେ ବାଡେଇବା ପାଇଁ ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବିଧାନସଭା ମଧ୍ୟ ହୁଲସ୍ତୁଲ ହେଲାଣି ସାମ୍ବାଦିକ ଝଡ଼ ରେ I ଘଟଣାର ଗୁରୁତ୍ୱ କୁ ନିଏ ଏସପି ମଧ୍ୟ ନାମକୁ ମାତ୍ର ଏକ WHATSAPP ଗ୍ରୁପ ରେ କ୍ଷମା ମାଗିଛନ୍ତି ,ଏପଟେ ସାମ୍ବାଦିକ ସଙ୍ଘ ଦାବି କରିଛି କି ତୁରନ୍ତ ତାଙ୍କୁ ଗିରଫ କରାଯାଉ I

ଏପରି ସମୟରେ ପୁଣି ସାମ୍ନା କୁ ଆସିଛି ଆଉ ଜଣେ ପୋଲିସ ବାବୁଙ୍କ ଦାଦାଗିରି I ସୂଚନା ଅନୁଯାଇ ଗତ 14ତାରିଖ ସନ୍ଧ୍ୟା ସମୟରେ ପଟ୍ଟନାୟକିଆ ଛକରେ ହେଇଥିବା ଟ୍ରିପଲ ମର୍ଡର ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା କନକ ନ୍ୟୁଜ ର ପ୍ରତିନିଧି ପରେଶ ନାୟକ, ଅରୁଣ ରାଉତ ଏବଂ ଅଜୟ ଜେନାଙ୍କୁ ସେଠାରେ ଉପସ୍ଥିତ ହାବିଲଦାର ରବି ନାରାୟଣ ସ୍ୱାମୀ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏଠାକୁ କାହିଁକି ଆସିଛ ବୋଲି କହିଥିଲେ I

ଏପରିକି ସ ..ଙ୍କୁ ବାଡା କିଏ କଣ କରିବ ଆମେ ଦେଖିବୁ ,କହି ସାମ୍ବାଦିକ ଙ୍କୁ ଧକା ମାରିଥିବା ନେଇ ସାମ୍ବାଦିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ,ଅପରପକ୍ଷରେ ହାବିଲଦାର ବାବୁ ଜଣଙ୍କ ଏହି ଘଟଣାକୁ ନିଜ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି

I ତେବେ ଏହି ଘଟଣାର 6ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ I ତେବେ ପ୍ରଶ୍ନ ଉଠିଛି କର୍ତବ୍ୟରତ ସାମ୍ବାଦିକ ଙ୍କୁ ମାଡ ମାରିବା ପାଇଁ କିଏ ଦେଉଛି ସାହସ ? ବିନା ଉପର ମହଲ ର ଇଙ୍ଗିତ ରେ କଣ ପୋଲିସ ବାବୁ ମାନେ ଏପରି କାର୍ଯ୍ୟ କରିପାରିବେ ? ନା ମୁରବି ଶୁନ୍ୟ ହେଇପଡ଼ିଚି ଗୃହ ବିଭାଗ ? ଏଥିପାଇଁ ଗୃହ ବିଭାଗ ମୁଖ୍ୟ ସ୍ପଷ୍ଟୀକରଣ ଦେବାକୁ ସାଧାରେ ଦାବି ହେଉଥିବା ବେଳେ ସମ୍ପୃକ୍ତ ହାବିଲଦାର ଏବଂ ଏସପି ଙ୍କୁ ଗିରଫ କରିବାକୁ ଦାବି ହେଉଛି I

Leave a Reply

Your email address will not be published. Required fields are marked *