ନାବାଳିକା ଦୁଷ୍କର୍ମକାରୀ କୁ ସାଉଦି ଆରବ ରୁ ଘୋଷାଡ଼ି କି ଆଣିଲେ ଭାରତ କୁ ମହିଳା ପୋଲିସ କମିଶନର

ତେଲୁଗୁ ଫିଲ୍ମ ସୂର୍ଯ୍ୟସିଙ୍ଘମ ରେ ଆପଣ ଦେଖିଥିବେ ଅପରାଧୀ କୁ ଶାସ୍ତି ଦେବାକୁ କିପରି ସିଂହମ ପରି ହିରୋ ବିଦେଶ ରେ ପହଁଚି ତାକୁ ଘୋଷାଡ଼ି ଘୋଷାଡ଼ି ଇଣ୍ଡିଆ ଆଣିଥିଲେ ,ତେବେ ୟେ ତ ଫିଲ୍ମ ଥିଲା କିନ୍ତୁ ସତକୁ ସତ ଜଣେ ଏମିତି ମହିଳା ଆଇପିଏସ ଅଧିକାରୀ ଙ୍କ କାରନାମା ଏବେ ଚର୍ଚାରେ I ଜଣେ ଦୁଷ୍କର୍ମକାରୀ ଙ୍କୁ ସାଉଦି ଆରବର ରିୟାଦ ଯାଇକି ଗିରଫ କରିକି ଆଣିବା ଏବେ ଚର୍ଚ୍ଚା ଧରିଛି

I ସୂଚନା ଅନୁଯାଇ କେରଳ ର କୋଲ୍ଲମର ଅଧିବାସୀ ସୁନୀଲ ସୌଦି ଆରବରେ କାମ କରେ ,ତେବେ ୨୦୧୭ରେ ସେ ଗାଁ କୁ ଆସିଥିବା ବେଳେ ଜଣେ ନାବାଳିକା କୁ ଦୁଷ୍କର୍ମ କରିଥିଲା I ଏନେଇ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ ସୁନୀଲ ସାଉଦି ଆରବ ପଳାଇଥିଲା I ଅଭୁଯୁକ୍ତ କୁ ଧରିବା ସମ୍ଭବ ହେଇନଥିଲା ଫଳରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଦେଇଥିଲା Iଘଟଣା ଚୁପ ରହିଯାଇଥିବI ବେଳେ ଜୁନ୍ ୨୦୧୯ରେ କୋଲ୍ଲମର କମିଶନର ଭାବରେ ନିଯୁକ୍ତ ପାଇଲେ ମୋରିନ ଜୋସେଫ୍ I

ତେବେ ନାବାଳିକା ପରିବାର ଝିଅକୁ ନ୍ୟାୟ ଦେବା ପାଇଁ କମିଶନର ଙ୍କୁ ଅନୁରୋଧ କରିଥିଲେ ,ଘଟଣା ସମ୍ପର୍କ ରେ ସମ୍ପୂର୍ଣ୍ଣ ଖବର ଜାଣିସାରିବା ପରେ ରାଗରେ ରକ୍ତ ଚାଉଳ ଚୋବାଇଥିଲେ କମିଶନର ଏବଂ ଯେମିତି ବି ହେଉ ସେ ତ ଆଉ ନାବାଳିକା ଙ୍କୁ ଫେରେଇପାରିବେନି କିନ୍ତୁ ଅଭିଯୁକ୍ତ ଯେଉଁଠି ବି ଥାଉ ତାକୁ ଘୋଷାଡ଼ି ବାହାର କରି ଦଣ୍ଡ ଦେବେ I କିନ୍ତୁ ଏହା ସମ୍ଭବ ହେଇପାରିନଥିଲା ,ଭାରତ ଏବଂ ସାଉଦି ଆରବ ର ଚୁକ୍ତି ଅନୁଯାଇ ସୁନୀଲ କୁ ଫେରେଇ ଆଣିପାରିନଥିଲେ କମିଶନର I

କିନ୍ତୁ ୨୦୧୦ ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ସୌଦି ରାଜା ଅବଦୁଲା ଙ୍କ ଦ୍ୱାରା ଏକ ଚୁକ୍ତି ହେଇଥିଲା ସେହି ଚୁକ୍ତି ବଳରେ କମିଶନର ସାଉଦି ଆରବ ରେ ପହଁଚି ଅଭିଯୁକ୍ତ ସୁନୀଲ କୁ ଗିରଫ କରି ଭାରତ କୁ ଆଣିଛନ୍ତି I ଏହି ଘଟନ ଏବେ ସାରା ଭାରତ ରେ ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *