ଶିକ୍ଷକ ଙ୍କୁ ରାସ୍ତାରୁ ଉଠାଇ ନେଇ ୫୦ ଘଣ୍ଟା ଯାଏଁ ଲଗାତାର ଦୁଷ୍କର୍ମ କଲେ ୩ ମହିଳା

ଦିନକୁ ଦିନ ଦୁଷ୍କର୍ମ ଏବେ ଚିନ୍ତାଜନକ କାରଣ ପାଲଟିଥିବା ବେଳେ ଅଧିକାଂଶ ନାବାଳିକା ଏବଂ ମହିଳା ମାନେ ଏହାର ଶିକାର ହେଉଛନ୍ତି I ତେବେ ପ୍ରଥମଥର ପାଇଁ ଜଣେ ପୁରୁଷ ଙ୍କୁ ଦୁଷ୍କର୍ମ କରିଛନ୍ତି 3ଜଣ ମହିଳା I ଘଟଣାଟି ଘଟିଛି ଜିମ୍ବାୱେ ର ଚାଇତୁଂୱିଜାରେ I ଯାହାକି ଏବେ ସାରା ଇଣ୍ଟରନେଟ ରେ ଚହଳ ଖେଳାଇଦେଇଛି I ଖବର ଅନୁଯାଇ ଜଣେ ଶିକ୍ଷକ ସ୍କୁଲ ଯିବାପାଇଁ ବସ କୁ ଅପେକ୍ଷା କରିଥିଲେ ,ଏହି ସମୟରେ ତାଙ୍କ ସାମ୍ନାରେ ଏକ ଦାମିକା ଗାଡି ଅଟକିଥିଲା ଏବଂ ଶିକ୍ଷକ ଙ୍କୁ ଲିଫ୍ଟ ଦେଇଥିଲେ ଗାଡି ଚାଳକ

I ତେବେ ଗାଡି ଭିତରେ ପୂର୍ବରୁ ମଧ୍ୟ 3ଜଣ ମହିଳା ବସିଥିଲେ I ସେମାନଙ୍କ ମଧ୍ୟରୁ ଜଣେ ମହିଳା ଶିକ୍ଷକ ଙ୍କୁ କିଛି ଥଣ୍ଡା ପାନୀୟ ପି ବାକୁ ଦେଇଥିଲେ ,ଶିକ୍ଷକ ଜଣଙ୍କ ତାହା ପିଇବାରୁ ହଠାତ ଅଚେତ ହେଇଯାଇଥିଲେ I ଏହି ସୁଯୋଗରେ ମହିଳାମାନେ ତାଙ୍କୁ ଏକ ବନ୍ଦ କୋଠରୀ କୁ ନେଇଯାଇଥିଲେ I କିଛିସମୟ ପରେ ତାଙ୍କ ଚେତା ଆସିବାରୁ ସେ ଦେଖିବାକୁ ପାଇଲେ ଯେ ସେ ସମ୍ପୂର୍ଣ୍ଣ ବନ୍ଦୀ ଅଛନ୍ତି ଏବଂ ସେହି ମହିଳା ତିନିଜଣ ତାଙ୍କ ପାଖରେ ଅଛନ୍ତି

I ସେମାନଙ୍କ ମଧରୁ ଜଣେ ହାତରେ ଏକ ବନ୍ଧୁକ ଧରିଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ I କିନ୍ତୁ ଶିକ୍ଷକ ଜଣଙ୍କ ଏଥିରେ ରାଜି ନହେବାରୁ ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ ଏବଂ ଜଣଙ୍କ ପରେ ଜଣେ ଲଗାତାର ତାଙ୍କୁ ଦୁଷ୍କର୍ମ କରିଥିଲେ I

ଖବର ଅନୁଯାଇ ପାଖାପାଖି ଲଗାତାର ୫୦ ଘଣ୍ଟା ପର୍ଯ୍ୟନ୍ତ ଶିକ୍ଷକ ଙ୍କୁ ଜୋରଜବରଦସ୍ତ ଧର୍ଷଣ କରିଥିଲେ , ଶିକ୍ଷକ ଙ୍କ ଯୌନାଙ୍ଗ କ୍ଷତବୀକ୍ଷତ ହେଇ ଭୀଷଣ ପୀଡା ହେବାରୁ ଶିକ୍ଷକ ଜଣଙ୍କ ଯନ୍ତ୍ରଣା ରେ ଚିତ୍କାର କରିବାରୁ ମହିଳା ମାନେ ତାଙ୍କୁ ପୁଣି ଗାଡି ରେ ବସାଇ ନେଇ ରାସ୍ତାରେ ଫୋପାଡ଼ି ଦେଇଥିଲେ I ଜୀବନ ବଞ୍ଚାଇବାକୁ ଶିକ୍ଷକ ଜଣଙ୍କ ରାସ୍ତାରେ ଚିତ୍କାର କରୁଥିବା ସମୟରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି I

ଘଟଣା ଜଣାପଡିବା ପରେ ପୋଲିସ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *