କିକି ଚାଲେଞ୍ଜ ପରେ ଏବେ BOTTLE କ୍ୟାପ ଚାଲେଞ୍ଜ

ଆପଣ ଯଦି ସୋସିଆଲ ମିଡ଼ିଆ ରେ ଆକଟିଭ ଥିବେ ତାହେଲେ ଟ୍ୱିଟର ଫେସବୁକ ରେ ଦେଖିବାକୁ ପାଇବେ ବୋତଲ କ୍ୟାପ ଚାଲେଞ୍ଜ ।

ଆସନ୍ତୁ ଜାଣିବା କଣ ଏହି ବୋତଲ କ୍ୟାପ ଚାଲେଞ୍ଜ

ପୁର୍ବରୁ କିକି ଚାଲେଞ୍ଜ ,ସୋନୁ ସଙ୍ଗ ଭଳି ବିଭିନ୍ନ ପ୍ରକାର ଚାଲେଞ୍ଜ ଦେଖିବାକୁ ମିଳିଛି । ଯୁବପିଢି ମାନଙ୍କ ମଧ୍ୟରେ କିଛି ଅଲଗା କରିବାର କାରନାମା ମଝିରେ ମଝିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଉଛି ଆଉ ଏଥିରେ ସାମିଲ ହେଉଛନ୍ତି ବିଭିନ୍ନ ସେଲିବ୍ରେଟିମାନେ ତେବେ କିକି ଚାଲେଞ୍ଜ ପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ପାଲଟିଛି ବୋତଲ କ୍ୟାପ ଚାଲେଞ୍ଜ ତେବେ କଣ ଏହି ଚାଲେଞ୍ଜ। ହାଲ୍କା ଭାବରେ ବୋତଲ ରେ ଫିକ୍ସ ହେଇଥିବ କ୍ୟାପକୁ ଟେବୁଲ ଉପରେ ରଖି ଗୋଟେ ଗୋଡ଼ ସାହାଯ୍ୟରେ ଫିକ୍ସ କ୍ୟାପକୁ ଖୋଲି ଭିଡ଼ିଓ କରିବା ହେଉଛି ବୋତଲ କ୍ୟାପ ଚାଲେଞ୍ଜ।

ସୂଚନା ଅନୁସରେ ଜୁନ 25 ରେ ଜଣେ ଟାଇକୋଣ୍ଡ ଫାଇଟର ଫରବି ଡାଭେଲଟେକଚିଂ ଏହାର ଆରମ୍ଭ କରିଥିଲେ ପରେ ଆମେରିକାର ମାର୍ଶାଲ ଆର୍ଟଷ୍ଟି ଜରେମ ମାକ୍ସ ହଲୟେଏ ଏହାର ଭିଡ଼ିଓ ସେୟାର କଲାପରେ ଏହା ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ପାଲଟିଯାଇଛି। ବଲିଉଡ ଠାରୁ ଆରମ୍ଭ କରି କ୍ରିକେଟର ସମସ୍ତେ ଏବେ ଏହି ଚାଲେଞ୍ଜ ମାନିଆରେ। ଖିଲାଡି କୁମାର, ଟାଇଗର ସରଫ ,ସଲମାନ, କ୍ରିକେଟର ଯୁବରାଜ ସିଂ, ଶିଖର ଧାବନଙ୍କ ଭଳି ସେଲିବ୍ରେଟି ମାନେ ଏହି ଚାଲେଞ୍ଜର ଭିଡ଼ିଓ ନିଜର ସୋଆସିଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *