ଆସାମର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨କୋଟି ଟଙ୍କାର ସହାୟତା ଦେଲେ ଅକ୍ଷୟ କୁମାର

ମୋୖସୁମୀ ବର୍ଷା ପରେ ଆସାମ ରେ ଏହାର ପ୍ରଭାବ ଅଧିକ ଥିବାର ଦେଖାଯାଇଛି।ଏବଂ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏବଂ ଏଥିରେ ପ୍ରାୟ ୩୩ ଟି ଜିଲ୍ଲାର ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।ଲୋକଙ୍କ ସମେତ ପଶୁପକ୍ଷୀ ମାନେ ମଧ୍ୟ ବନ୍ୟାର ଶିକାର ହୋଇଛନ୍ତି।ବନ୍ୟା ପାଇଁ ୨୭ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ ଜଣ ପଶୁ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି।

ତେବେ ଆସାମର ଏଭଳି ପରସ୍ଥିତିରେ ସହଯୋଗ ର ହାତ ବଢାଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର।
ପ୍ରତିଥର ଭଳି ଏଥର ମଧ୍ୟ ସେ ବଲିଉଡ୍ ରୁ ସର୍ବପ୍ରଥମେ ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।୨ କୋଟି ରୁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଥିବା ବେଳେ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କାଜିରଙ୍ଗା ନ୍ୟାସନାଲ ପାର୍କକୁ ୧ କୋଟି ଟଙ୍କା ଦାନ କରାଯାଇଛି।ଓଡ଼ିଶାର ଫନି ବେଳେ ମଧ୍ୟ ସେ ସହାୟତାର ହାତ ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *