ପାଟକୁରା ରେ ନିର୍ବାଚନପୂର୍ବରୁ ବିଧାୟକ ପ୍ରାର୍ଥୀଙ୍କୁ ପିଟିଲେ ବିଜୁ ଯୁବ ବାହିନୀ

ପାଟକୁରା ରେ ଆରମ୍ଭ ହେଇଗଲାଣି ନିର୍ବାଚନ ପ୍ରକ୍ରିୟା Iବିଶେଷ କରି ରାଜ୍ୟ ରାଜନୀତି ରେ ଏବେ ପାଟକୁରା ଚର୍ଚିତ ଥିବାବେଳେ ଗତକାଲି ଜଣେ ମହିଳା ସାମ୍ବାଦିକା ଙ୍କୁ ଆକ୍ରମଣ କରାଯାଇଥିଲା I ମହିଳା ସାମ୍ବାଦିକା ଜଣଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହେଇଥିଲା ବେଳେ ପୁଣି ବିଜେଡି ବିରୁଧରେ ଆସିଛି ସଂଗୀନ ଅଭିଯୋଗ I

ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମିଶ୍ରଙ୍କୁ ଗତକାଲି କିଛି ଦୁବୁର୍ତ୍ତ ଆକ୍ରମଣ କରି ତାଙ୍କଠାରୁ ତାଙ୍କ ଫୋନ ,ସୁନା ଚେନ୍‌ ଏବଂ ନଗଦ 30 ହଜାର ଟଙ୍କା ଛଡାଇ ନେଇଥିବା ବିଧାୟକ ପ୍ରାଥୀ ଅଭିଯୋଗ କରିଛନ୍ତି I ଏପରିକି ବିଧାୟକ ପ୍ରାଥୀ ଙ୍କୁ ବିଜୁ ଯୁବ ବାହିନୀ ର କର୍ମୀ ସୁବାଷ ଖୁଣ୍ଟିଆ ରବି ବାରିକ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଅପରପକ୍ଷରେ ଏନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *