ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା , ସରକାରୀ ତାଲିକାରୁ ହଟିଲା କଳିଙ୍ଗ ହସ୍ପିଟାଲ ନାଁ

ବିଧାୟକ ମୋହନ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କ ଦୁର୍ବ୍ୟବହାର ମହଙ୍ଗା ପଡିଛି I ସରକାରୀ ତାଲିକା ରୁ କଳିଙ୍ଗ ହସ୍ପିଟାଲ ର ନା କାଟି ଦିଆଯାଇଛି I ଏହାସହିତ ତାଙ୍କୁ ନିର୍ଦେଶ ଦିଆଯାଇଛି ଯେ ଯଦି କୌଣସି ଲୋକପ୍ରିତିନିଧି କିଛି ସମସ୍ୟା ନେଇକି ଆସନ୍ତି ତାହାକୁ ତୁରନ୍ତ ସମାଧାନ କରିବେ I

ପ୍ରତ୍ୟକ ହସ୍ପିଟାଲ କୁ ମଧ୍ୟ ଜଣାଇଦିଆଯାଇଛି ଯେ ଏପରି ଘଟଣାର ଯେପରି ପୁନରାବୃତି ନହୁଏ I ସୂଚନା ଥାଉ କି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗାଁର ବାସୁଦେବ ବାରିକଙ୍କ ପୁଅ ସଚିନ ଅସୁସ୍ଥତା ଯୋଗୁଁ ଭର୍ତି ହେଇଥିଲେ I ତେବେ ଚିକିତ୍ସା ସମୟରେ ସଚିନ ଙ୍କ ମୃତ୍ୟୁ ହେଇଯାଇଥିଲା I ମୃତ୍ୟୁ ପରେ ପରିବାର ଲୋକେ ସଚିନ ଙ୍କ ଶବ ଫେରେଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କଳିଙ୍ଗ ହସ୍ପିଟାଲ ଶବ ଛାଡି ନଥିଲା ,ବରଂ କହିଥିଲା ଚିକିତ୍ସା ପାଇଁ ଯେଉଁ ଅର୍ଥ ସରିଛି ତୁରନ୍ତ ଦାଖଲ କରି ଶବ ନେଇଜା I ଏହା ନିୟମ ବିରୁଧ ହେଇଥିଲେ ମଧ୍ୟ କଳିଙ୍ଗ କର୍ତ୍ତୃପକ୍ଷ ଶୁଣିନଥିଲେ I ଏନେଇ ସଚିନ ଙ୍କ ବାପା କେନ୍ଦୁଝର ବିଧାୟକ ଙ୍କୁ ଲିଖିତ ଜଣାଇବା ପରେ ବିଧାୟକ ମୋହନ ମାଝୀ କଳିଙ୍ଗ ହସ୍ପିଟାଲ ପରିଦର୍ଶନ କରିବାକୁ ଯାଇଥିଲେ ,କିନ୍ତୁ ସେଠାରେ ତାଙ୍କୁ ଦୁର୍ବ୍ୟବହାର ଏବଂ ଅପମାନ କରିଥିଲେ।

ଏନେଇ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ ଦାସଙ୍କୁ ଜଣାଇବା ପରେ ,ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ କମିଟି କରି ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ I

Leave a Reply

Your email address will not be published. Required fields are marked *