ମହଙ୍ଗା ପଡିଲା ସାରଥୀ ଫୋଟ ପୂଜା କରିବା ,ଘରେ ପସି ସାରଥୀ ଙ୍କ ସମର୍ଥକ ମାନଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ବାସି

ନିକଟରେ ସନ୍ତୋଷ ରାଉଳ ଓରଫ ଭଣ୍ଡ ସାରଥୀ ବାବା ଙ୍କର ଜାମିନ ସଂକ୍ରାନ୍ତୀୟ ମାମଲା ଶୁଣାଣି ସରିଥିବା ବେଳେ ରାୟ ଶରଙ୍ଖିତ ରଖାଯାଇଛି I ଦୁଇଟି ମାମଲାରେ ଜାମିନ ପାଇଥିବା ବେଳେ ତୃତୀୟ ମାମଲାରେ ଜାମିନ ପାଇଲେ ସାରଥୀ ଓରଫ ସନ୍ତୋଷ ବାହାରକୁ ଆସିପାରିବେ I ତେବେ ସନ୍ତୋଷ ବାହାରକୁ ଆସିବା ପୂର୍ବରୁ ତାଙ୍କ ଭକ୍ତ ମାନେ ଗୁଣଗାନ କରି ପ୍ରଚାର କରିବାରେ ଲାଗିପଡିଛନ୍ତି I ଏମିତିକି କିଛି ସମର୍ଥକ ରଥଯାତ୍ରା ସମୟରେ ପୁରୀରେ ସାରଥିଙ୍କ ଫୋଟୋ ଏବଂ ଉତ୍ତରୀୟ ପକାଇ ସଂକୀର୍ତ୍ତନ କରୁଥିବାର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା

I ତେବେ ସାରଥୀ ଙ୍କ ଗୁଣଗାନ ସହିତ ପୂଜା କରିବା ମହଙ୍ଗା ପଡିଛି ଭକ୍ତ ମାନଙ୍କୁ I ସୂଚନ ଅନୁଯାଇ ସାରଥୀ ଜେଲ୍ ରେ ଥିବାବେଳେ ତାଙ୍କର ଜଣେ ସମର୍ଥକ ଗୁରୁବାର ରାତିରେ ସାରଥୀ ଫୋଟୋ ପୂଜା ର ଆୟୋଜନ କରିଥିଲେ I ଘଟଣାଟି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ପଞ୍ଚାୟତର I ଏହି ଗ୍ରାମର ଉତ୍ତମ କୁମାର ସାହୁ ଗୁରୁବାର ରାତିରେ ସାରଥୀ ଫୋଟ ପୂଜା ଆୟୋଜନ କରି କିଛି ସମର୍ଥକ ମାନଙ୍କୁ ଡ଼କାଇଥିଲେ I

ରାତ୍ରିରେ ସାରଥୀ ଙ୍କ ପୂଜା ହେଉଥିବା ସମୟରେ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଉତେଜିତ ହେଇଯାଇଥିଲେ ଏବଂ ପୁଣିଥରେ କାହିଁକି ସେ ଭଣ୍ଡର ପୂଜା କରୁଛ ,କଣ ଏଠି କେନ୍ଦ୍ରାପଡା ଅବସ୍ଥା କରିବ କହି ଉତକ୍ଷିପ୍ତ ଗ୍ରାମବାସୀ ଉତ୍ତମ ଙ୍କ ଘରକୁ ଧସେଇ ପଶିଥିଲେ I ଏବଂ ଭକ୍ତ ମାନଙ୍କୁ ଗୋଡ଼ାଇଥିଲେ I ଗ୍ରାମବାସୀ ଏବଂ ସାରଥୀ ଙ୍କ ସମର୍ଥକ ଙ୍କ ମଧ୍ୟରେ ମୁହାଁମୁହିଁ ହେଇ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହେବାର ଖବର ପୋଲିସ ପାଇ ସେଠାରେ ପହଁଚି ଯାଇଥିଲା I ଅଧିକ ଉତ୍ତେଜନା କୁ ଆଶଙ୍କା କରି ସେ କାର୍ଯ୍ୟକ୍ରମ କୁ ଜୋରଜବରଦସ୍ତ ବନ୍ଦ କରି ସମର୍ଥକ ମାନଙ୍କୁ ନିଜ ଘରକୁ ପଠେଇଦେଇଥିଲା I

ଏବଂ ଉତ୍ତମ ଙ୍କୁ ପଚାର ଉଚରା ପରେ ସେ ଲିଖିତ ଆକାର ରେ ଜଣାଇଛନ୍ତି ଯେ ଭବିଷ୍ୟତରେ କେବେ ଆଉ ସାରଥିଙ୍କର କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବେ ନାହିଁ I

Leave a Reply

Your email address will not be published. Required fields are marked *