ପାଟକୁରା ମତଦାନ -ଭୋଟ ଦେଲେ ରାଜ୍ୟରାଜନୀତିର ତୁଙ୍ଗ ନେତା

ଏବେ ଖବରର ଶିରୋନାମରେ ପାଟକୁରା ନିର୍ବାଚନ। ବହୁ ଦିନର ପ୍ରତୀକ୍ଷାପରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ପାଟକୁରାବାସୀ। କାହାକୁ ବାଛିବେ ଭୋଟର ଦୀର୍ଘବର୍ଷ ଧରି ବିଧାନସଭା ଯାଇନଥିବା ବିଜୟ ମହାପାତ୍ରଙ୍କୁ ନା ୧୦ବର୍ଷ ଧରି ପାଟକୁରାକୁ ନିଜର ହାତ ମୁଠାରେ ରଖିଥିବା ସ୍ୱର୍ଗତ ବେଦାପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ।

ଖବରଅନୁସାରେ ଦିନ ୧୧ ସୁଦ୍ଧା ୨୬% ହେଇଥିବ ଜଣାପଡ଼ିଛି। ତେବେ ରାଜ୍ୟ ରାଜନୀତିର କିଛି ଚର୍ଚ୍ଚିତ ନେତା ନିଜର ଭୋଟ ଦେଇଛନ୍ତି ପାଟକୁରାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତଥା ମହାକାଳପଡ଼ା ବିଧାୟକ ନିଜ ଗାଁ ସାନଅଢଙ୍ଗା ଏମ୍ . ଇ ସ୍କୁଲରେ ଭୋଟ ଦେଇଛନ୍ତି ସେପଟେ ରାଜ୍ୟ ଖଦି ବୋର୍ଡ ଅଧକ୍ଷ ତେଜେଶ୍ୱର ପରିଡ଼ା ନିଜ ଗାଁ କରାଣ୍ଡିଆ ରେ ଓ ବିଜୟ ମହାପାତ୍ର ନିଜ ଗାଁ ତଳକୁସୁମାରେ ମତଦାନ ସାବ୍ୟସ୍ତ କରିଛନ୍ତି।

୩୦୯ ବୁଥରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ ଡେରାବିଶ, ଗରଦପୁର, ମାର୍ଶାଘାଇ ବ୍ଲକର ୫୧ପଞ୍ଚାୟତକୁ ନେଇ ଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରେ ୧୧୭୩୦୬ ଜଣ ମହିଳା ଭୋଟର, ୧୨୭୪୩୧ ଜଣ ପୁରୁଷ ଓ ୧୦ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି

Leave a Reply

Your email address will not be published. Required fields are marked *