ବିହାର ଭିଡ ହିଂସାରେ ୩ଜଣଙ୍କୁ ପିଟି ପିଟି ହତ୍ୟା

ଦେଶରେ ଦିନକୁଦିନ ବଢିଚାଲିଛି ‘ମବ ଲିଂଚିଂ’ ଯେତେ ସଚେତନତା କରା ଗଲେ ମଧ୍ୟ ତାହା କାମରେ ଲାଗୁନି। ପ୍ରଧାନମନ୍ତ୍ରୀଙ୍କ କଡା ଚେତାବନୀ ସତ୍ତ୍ୱେ ବନ୍ଦ ହେଇପାରୁନି ‘ମବ ଲିଂଚିଂ’ । ଆଉ ଏବେ ଗାଈ ଚୋରି ସନ୍ଦେହରେ ବିହାରର ସରନ ଜିଲ୍ଲାରେ 3ଜଣକୁ ପିଟି ପିଟି ହତ୍ୟା କରାଯାଇଛି।

ସ୍ଥାନୀୟ ଲୋକ 4ଜଣ ଅଚିହ୍ନା ଯୁବକଙ୍କ ସହ ପିକଅପ ଭ୍ୟାନରେ କିଛି ମଇଁଷି ଛେଳି ଥିବାର ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଏହି ଖବରଟି ସମଗ୍ର ଅଞ୍ଚଳରେ ପ୍ରଚାର ହେଇଯାଇଥିଲା। ଘଟଣାସ୍ଥଳୁ ଉକ୍ତ ଯୁବକମାନେ ଖସିବାକୁ ଉଦ୍ୟମ କଲାବେଳେ ଗ୍ରାମବାସୀଙ୍କ ସଙ୍ଘବଦ୍ଧ ଆକ୍ରମଣର ଶିକାର ହେଇଥିଲେ। ଗୁରୁତର ଭାବେ ଆକ୍ରମଣର ଶିକାର ହେଇଥିବ 4ଜଣଙ୍କ ମଧ୍ୟରୁ 3ଜଣଙ୍କର ମେଡିକାଲ ରେ ମୃତ୍ୟୁ ହେଇଥିଲା। ଅନ୍ୟ ଜଣଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି। ସମଗ୍ରଅଂଚଳରେ ଉତେଜନା ରହିଥିବାରୁ ଏସିପି ହରି କିଶୋର ରାୟ ସୁରକ୍ଷାକୁ କଡାକଡି କରିଛନ୍ତି।

Leave a Reply

Your email address will not be published. Required fields are marked *