ଦାଦାଙ୍କୁ ଘରୁ ଘୋଷ।ରି ଠେଙ୍ଗାରେ ନିସ୍ତୁକ ପିଟିଲା ପୁତୁରା ଏବଂ ବୋହୁ ,ଭିଡିଓ ଭାଇରଲ ପରେ ପୁତୁରା ଗିରଫ

ସୋସିଆଲ ମିଡ଼ିଆ ରେ ଘୁରିବୁଲିଲା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଘୋଷାଡ଼ି ମାଡ ମାରିବାର ଭିଡିଓ Iଯାହାକି ସବୁ ମହଲରେ ତୀବ୍ର ନିନ୍ଦା ହେବାସହିତ ସମ୍ପୃକ୍ତ ଯୁବକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ହେଉଛି I ତେବେ ଖବର ନେବାରେ ଜଣାପଡିଛି କି ଘଟଣାଟି ସାଲେପୁର ଅଞ୍ଚଳ ର I ଏହି ଅଞ୍ଚଳ ର ଚନ୍ଦ୍ରାଦେଇପୁର ଗାଁର ନାରାୟଣ ରାଉତରାୟ ଏବଂ ତାଙ୍କ ପତ୍ନୀ ଏକ ଠେଙ୍ଗାରେ ନିସ୍ତୁକ ପିଟିଥିଲେ ବୃଦ୍ଧ ଦାଦା ଙ୍କୁ I

ଘଟଣାସ୍ଥଳରେ ସମସ୍ତେ ଥିଲେ ମଧ୍ୟ କେହି ଅଟକାଇବାକୁ ସାହସ କରିନଥିଲେ I ମାଡ ଖାଇସାରିବା ପରେ ବୃଦ୍ଧ ଙ୍କ ପତ୍ନୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ପୁତୁରା ନାରାୟଣ ରାଉତରାୟ ଙ୍କୁ ପୋଲିସ ଗିରଫ କରିଛି I ଜାମିନ ନମିଳିବାରୁ ବିଭାଗୀୟ ଥାନାକୁ ପଠାଇଦିଆଯାଇଛି I

ତେବେ ଖବର ଅନୁଯାଇ ସମ୍ପତି କୁ ନେଇ ଘରୋଇ କଳି ଲାଗିରହିଥିଲା ,ଏବଂ ଏଥିରେ ଉତକ୍ଷିପ୍ତ ହେଇ ପୁତୁରା ଜଣଙ୍କ ଦାଦା ଙ୍କୁ ଘରୁ ଘୋଷାଡ଼ି ଆଣି ପିଟିଥିଲେ କେହି ଜଣେ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡ଼ିଦେବା ପରେ ଭିଡିଓ ଟି ଭାଇରଲ ହେଇଛି I

Leave a Reply

Your email address will not be published. Required fields are marked *