ବୁଲା କୁକୁରକୁ ଅପରେସନ କରାଇ ଚର୍ଚ୍ଚାରେ ବିଜେପି ସାଂସଦ

ବୁଲା କୁକୁରଙ୍କ ଅପରେସନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶ ସୁଲତାନ ପୁର ସାଂସଦ ମାନେକା ଗାନ୍ଧୀ। ଜଣେ ପଶୁ ସୁରକ୍ଷା ଅଭିଯାନର ସକ୍ରିୟ ସଦସ୍ୟ ଭାବେ ବେଶ୍ ଜଣାଶୁଣା।

ପରିବେଶ ପ୍ରଦୂଷଣ ବାବଦରେ ସ୍ୱର ଉଠାଇବା ସହ ସମାଜସେବୀ ଭାବେ ସମସ୍ତେ ଜାଣନ୍ତି।ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ ଟା ରେ ମାନେକାଙ୍କୁ ଖବର ଦିଆଯାଇଥିଲା ଯେ ଜଣେ ବୁଲା କୁକୁରର ପେଟରେ ମାଂସ ପିଣ୍ଡୁଳା ଟାୟେ ବାହାରିଥିବା ବେଳେ କୁକୁରଟି ଅସହାୟ ଅବସ୍ଥାରେ ପଡ଼ି ରହିଛି।

କୁକୁରଟିକୁ ଅସହ୍ୟ ଯନ୍ତ୍ରଣା ହୋଇଥିବାରୁ ସେ ଚିତ୍କାର କରୁଥିଲା।ଏହା ଶୁଣି ସେ ଘଟଣା ସ୍ଥଳରେ ପହଞ୍ଚି କୁକୁରଟିକୁ ଉଦ୍ଧାର କରିଥିଲେ।ସଙ୍ଗେ ସଙ୍ଗେ ତାହାକୁ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ କୁକୁରର ରକ୍ତପରିକ୍ଷା ହେବା ସହ ଅସ୍ତ୍ରୋପଚାର କରାଯାଇଥିଲା।

ଦୀର୍ଘ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ କୁକୁର ପେଟରୁ ମାଂସ ପିଣ୍ଡୁଳା କଢ଼ାଯାଇଥି ଲା।ବର୍ତ୍ତମାନ କୁକୁରଟିର ସ୍ବାସ୍ଥ୍ୟ ଭଲ ଥିବା ସହ ଚଲାବୁଲା ମଧ୍ୟ କରୁଛି।

Leave a Reply

Your email address will not be published. Required fields are marked *