ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କୁ କେହି ସ୍ୱାଗତ କଲେନି ,ହଟହଟା ହେଇ ଟ୍ରେନ ରେ ଗଲେ ଇମ୍ରାନ

ପାକିସ୍ତାନ ରେ ଏବେ ଆର୍ଥିକ ସଙ୍କଟ ଲାଗି ରହିଥିବା ବେଳେ ,ଅନ୍ତର୍ଦେଶ ରେ ମଧ୍ୟ ବିବାଦ ଲାଗିରହିଛି I ତେବେ ନିକଟରେ ଦେଖାଯାଇଥିଲା କି ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଏକ ଅନ୍ତର୍ଜାତୀୟ ବୈଠକ ରେ କିପରି ବସିରହି ଗୃହର ଅବମାନନା କରିଥିଲେ ,ଏବେ କିନ୍ତୁ ତାଙ୍କୁ ହଟହଟା ହେବାକୁ ପଡିଛି I ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତିନିଦିନିଆ ଆମେରିକା ଗସ୍ତରେ ଯାଇଥିବା ବେଳେ ,ସେଠାରେ ତାଙ୍କୁ କେହି ସ୍ୱାଗତ କରିନାହାନ୍ତି I

ସୂଚନା ଅନୁଯାଇ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପ୍ରଧାନମନ୍ତ୍ରୀ ଏକ ସାଧାରଣ ଏୟାରଓ୍ବେଜ୍‌ ବିମାନ ରେ ଯାତ୍ରା କରିଥିଲେ ଏବଂ ବିମାନବନ୍ଦର ରେ ପହଁଚିବା ପରେ ତାଙ୍କୁ କେହି ସ୍ୱାଗତ କରିବାକୁ ଆସିନଥିଲେ ,କେବଳ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସୀ,ଏବଂ ପାକିସ୍ତାନ ସମର୍ଥକ କିଛି ପହଞ୍ଚିଥିଲେ ଏବଂ ଶେଷରେ ଟ୍ରେନ ରେ ନିଜ ଗନ୍ତବ୍ୟସ୍ଥଳ ହୋଟେଲ କୁ ଯାତ୍ରା କରିଥିଲେ I

Leave a Reply

Your email address will not be published. Required fields are marked *