ଆଶ୍ଚର୍ଯ୍ୟ କିନ୍ତୁ ସତ, ଅଳିଆ ଗୋଟେଇଲେ ମିଳିବ ଖାଇବା

ଆମ ପରିବେଶ କିଭଳି ସୁସ୍ଥ ଓ ପରିସ୍କାର ରହିବ ସେଥି ପାଇଁ କେନ୍ଦ୍ର ସରକାର ‘ସ୍ୱଚ୍ଛ ଭାରତ’ ଭଳି ମିଶନ ଆରମ୍ଭ କରିଥିଲେ। ଲୋକମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ବାଧ୍ୟହେଇ ସରକାରଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ସଚେତନ କରାଯାଉଛି। ଆବର୍ଜନା ପରିଚାଳନାକୁ ନେଇ ଆମ ଦେଶରେ ଏକ ଭିନ୍ନ ପ୍ରୟାସ ଆରମ୍ଭ ହବାକୁ ଯାଉଛି।

ଭାରତ ଭଳି ପ୍ରଗତିଶୀଳ ଦେଶ ଆଗରେ ଅନାହାର ଓ ସ୍ୱଚ୍ଛତା ବଡ ଚାଲେଞ୍ଜ ହେଇ ଛିଡ଼ା ହେଇଛି। ଏହାକୁ ଦମନ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ଛତିଶଗଡ଼ ନଗର ନିଗମ ଏବଂ ଆରମ୍ଭ କରିଛନ୍ତି ଏକ ଅଦ୍ଭୁତ ଉପାୟ। ଛତିଶଗଡ଼ର ଅବନ୍ତିପୁର ସହରରେ ଲଞ୍ଚ ହବ ଦେଶର ‘ଗାର୍ବେଜ କାଫେ’। ଏହି ଗାର୍ବେଜ କାଫେ ମାଧ୍ୟମରେ ଆପଣଙ୍କୁ ଅଳିଆ ବଦଳରେ ମିଳିବ ପେଟପୁରା ଖାଇବା। ନଗର ନିଗମର ଅଧୀନରେ ଥିବା ସମସ୍ତ ଗରିବ ଓ ଅନାହାରିଙ୍କୁ ପ୍ଲାଷ୍ଟିକ ଅଳିଆ ଗୋଟେଇବାକୁ ପଡିବ ପ୍ରତିବଦଳରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ମିଳିବ। ପ୍ରତି ୫୦୦ ଗ୍ରାମ ଅଳିଆ ଦେଲେ ଗୋଟେ ସୁନ୍ଦର ଜଳଖିଆ ମିଳିବାର ସୁଵିଧା ରହିଛି। ପ୍ରଥମ ପର୍ଯ୍ୟୟରେ ୫ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି ଏହି ପ୍ରୋଜେକ୍ଟ ପାଇଁ। ସ୍ୱଚ୍ଛଭାରତର ଏକ ଅଂଶହିସାବରେ ଏହି ଅଭିନବ ପ୍ରୟାସକୁ ଗ୍ରହଣ କରାଯାଇଛି। ଅଳିଆ ଆବର୍ଜନା ଆଣି ଦେଉଥିବା ଲୋକଙ୍କୁ ଏଠାରେ ଖାଦ୍ୟ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *