ନିଜ ଶିଶୁର ଚିକିତ୍ସା ପାଇଁ ଡାକ୍ତର ଖାନାରେ ସାଧାରଣ ଲୋକଙ୍କ ଭଳି ଲାଇନ ରେ ଘଣ୍ଟାଏ ଠିଆ ହେଇଥିଲେ ଜିଲ୍ଲାପାଳ ଙ୍କ ପତ୍ନୀ

ସମସ୍ତଙ୍କ ଭଳି ସେ ବି ଠିଆ ହେଇଥିଲେ ଲାଇନ ରେ I ପାଖାପାଖି ଏକ ଘଣ୍ଟା ଲାଇନ ରେ ଠିଆ ହେବାପରେ ତାଙ୍କ ନମ୍ବର ଆସିଥିଲା ଏବଂ ସେ ସରକାରୀ ଡାକ୍ତରଖାନା ରେ ଭିତରକୁ ଯାଇ ନିଜ ଶିଶୁର ସ୍ୱାସ୍ଥ୍ୟ ଚିକିତ୍ସା କରାଇ ବାହାରକୁ ବାହାରି ଆସିଥିଲେ କିନ୍ତୁ କେହି ଜାଣିପାରିନଥିଲେ ଅସଲ ରେ ସେ କିଏ ?

ଆପଣ ଭାବୁଥିବେ ହସ୍ପିଟାଲ ରେ ଧାଡିରେ ଠିଆ ହେବା ଏକ ସାଧାରଣ ଘଟଣା ଏବଂ ପ୍ରତିଦିନ ଏପରି ହଜାର ହଜାର ଲୋକ ଠିଆ ହେଉଛନ୍ତି ଏଥିରେ ନୂଆ କଥା କଣ ?ତେବେ ମହିଳା ଜଣଙ୍କ କୌଣସି ସାଧାରଣ ମହିଳା ନୁହନ୍ତି ସେ ହେଉଛନ୍ତି ଉତ୍ତରାଖଣ୍ଡ ନେନିତାଲର ଜିଲ୍ଲାପାଳ ଙ୍କ ପତ୍ନୀ I

ସାଧାରଣତଃ ତାଙ୍କ ସ୍ୱାମୀ ଜିଲ୍ଲାପାଳ ଥିବାବେଳେ ସେ ଏହି ପଦର ମର୍ଯ୍ୟାଦା ହାନି କରିବାକୁ ଚାଁହୁନଥିଲେ ,ଜଣେ ସାଧାରଣ ଲୋକ ଭାବରେ ସେ ହସ୍ପିଟାଲ ରେ ଲାଇନ କରି ଡାକ୍ତର ଙ୍କୁ ସାକ୍ଷାତ କରିଥିଲେ କିନ୍ତୁ ଏହିସମୟରେ ତାଙ୍କୁ ସେଠାରେ ଜଣେ ପଡୋଶୀ ଦେଖି ଚିହିଁଦେଇଥିଲେ ଏବଂ ଘଟଣା ଜଣାପଡିବା ବେଳକୁ ସେ ହସ୍ପିଟାଲ ବାହାରକୁ ଆସି ସାରିଥିଲେ ଏବଂ ତାଙ୍କୁ ନେବାକୁ ଜିଲ୍ଲାପାଳ ଙ୍କ ଗାଡି ସେଠାରେ ପହଞ୍ଚିଥିଲା I

ଏନେଇ ହସ୍ପିଟାଲ ରେ ଜଣାପଡିବା ପରେ ଜିଲ୍ଲାପାଳ ଙ୍କ ପତ୍ନୀ ଙ୍କୁ ଭେଟ କରିବାକୁ ଡାକ୍ତର ମାନେ ବାହାରକୁ ଆସିଥିଲେ ମଧ୍ୟ ସେ ସେଠାରେ ନଥିଲେ ,ଘରକୁ ପଳାଇଥିଲେ I ଜଣେ ଜିଲ୍ଲାପାଳ ଙ୍କ ପତ୍ନୀ ଙ୍କ ଏଭଳି ସାଧାରଣ ଜୀବନ ଜାପାନ ସମସ୍ତଙ୍କୁ ଚକିତ କରିଛି I

Leave a Reply

Your email address will not be published. Required fields are marked *