ମିଳିଲା ଜାମିନ ,ପୁଣି ଫେରିବେ ଭଣ୍ଡ ମାନ୍ୟବର !ପାଦରୁ ଝରାଇବେ ମହୁ ,ହାତରୁ ବିଭୁତି, ଜନ୍ମାଷ୍ଟମୀ ରେ ହେବେ ଆଣ୍ଠୁଆ ଗୋପାଳ

ମିଳିଲା ଜାମିନ ,ଜେଲ୍ ରୁ ଫେରିବେ ସାରଥୀ ,ପୁଣି ପାଦରୁ ଝରାଇବେ ମହୁ ,ହାତରୁ ବିଭୁତି ସାଜିବେ ଆଣ୍ଠୁଆ ଗୋପାଳ
ସାରଥୀ ଓରଫ ସନ୍ତୋଷ ରାଉଳ ଙ୍କ ନାମରେ ଥିବା 3ଟି ମାମଲାରେ ପୂର୍ବରୁ ଦୁଇଟି ମାମଲାରେ ଜାମିନ ପାଇଥିବା ବେଳେ ତୃତୀୟ ମାମଲାର ଶୁଣାଣି ସରି ରାୟ ଶରଙ୍ଖିତ ରଖାଯାଇଥିଲା I ଆଜି ପ୍ରକାଶିତ କରାଯାଇଛି I ସାରଥୀ ଙ୍କୁ ସର୍ତମୂଳକ ଭାବେ ଜାମିନ ମିଳିଛି I 3ଟି ମାମଲାରେ ଜାମିନ ମିଳିବା ପରେ ଏବେ ସାରଥୀ ଜେଲ୍ ରୁ ବାହାରକୁ ବାହାରିପାରିବେ I ତେବେ ସାରଥୀ ବାହାରିବା ପରେ କେନ୍ଦ୍ରାପଡା ଆଶ୍ରମ ଯିବେ କି କେଉଁଠିକୁ ସେନେଇ ଜଣାପଡିନାହିଁ

I ଏପଟେ ତାଙ୍କ ଭକ୍ତ ମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି I ଯାହାକି ରଥଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ,କାନ୍ଧରେ ସାରଥୀ ମାର୍କା ଗାମୁଛା ପକାଇ ରଥଯାତ୍ରା ରେ ଭଣ୍ଡ ସାରଥୀ ର ପ୍ରଚାର ଜୋରଦାର ହେଉଥିଲା

I ଏପରିକି କିଛି କିଛି ସ୍ଥାନରେ ମଧ୍ୟ ପୁଣିଥରେ ପୂଜା ପାଠ ହେଉଥିବା ଦେଖାଯାଇଛି I ସୂଚନା ଥାଉ କି ସନ୍ତୋଷ ରାଉଳ ନିଜକୁ ଆତ୍ମଘୋଷିତ ଭଗବାନ କହି ମହିଳା ମାନଙ୍କୁ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଥିଲା I

ଏପରିକି ମିଛ କହି ଲୋକଙ୍କୁ ଠକିବା ସହିତ ସମ୍ପତି ବୃଦ୍ଧି ଏବଂ ଅନ୍ଧବିଶ୍ୱାସ କୁ ପ୍ରୋତ୍ସାହନ ଦେବା ମାମଲାରେ କେନ୍ଦ୍ରାପଡା ରେ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା ଏବଂ ଏକ ଗଣମାଧ୍ୟମ ନିଉଜ ସେଭେନ ଦ୍ୱାରା ସାରଥୀ ର ସମସ୍ତ କେଳେଙ୍କାରୀ ପଦାକୁ ଆସିବା ପରେ ସ୍ୱତନ୍ତ୍ର ପୋଲିସ ଙ୍କ ଦ୍ୱାରା ଶେଷରେ ସାରଥୀ ଗିରଫ ହେଇଥିଲା I

Leave a Reply

Your email address will not be published. Required fields are marked *