ହୋଇପାରେ ଇତିହାସର ପୁନରାବୃତ୍ତି:ଗାଙ୍ଗୁଲି, ଦ୍ରାବିଡ଼, ସେହବାଗ ଓ ଗମ୍ଭୀର ଙ୍କୁ ବିଦା କରିବାକୁ ଧୋନି ଏକଦା ନେଇଥିଲେ କଠୋର ନିଷ୍ପତ୍ତି

ଆଗରୁ ସୈାରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହେୱାଗ୍, ଗୌତମ ଗମ୍ଭୀର ଯେଉଁ ପରିସ୍ଥିତି ରେ ଥିଲେ ଆଜି ମହେନ୍ଦ୍ର ସିଂ ଧୋନି ସେହି ପରିସ୍ଥିତି କୁ ଚାଲି ଆସିଛନ୍ତି। ଆଗରୁ ଧୋନି ଅଧିନାୟକ ଥିଲା ବେଳେ ବିଭିନ୍ନ କାରଣ ରୁ ପର୍ଯ୍ୟାୟ କ୍ରମେ ଏହି ଖେଳାଳି ମାନଙ୍କୁ ନିଜ ଦଳ ରୁ ବିଦା କରିଥିଲେ। ଏବେ କୋହଲି ଅଧିନାୟକ ହେବା ପରେ ସେହି ନୀତି କୁ ଉପଯୋଗ କରିବେ ବୋଲି ଅନୁମାନ କରାଯାଉଛି।

୨୦୦୮ ରେ ଅଷ୍ଟ୍ରେଲିଆ ରେ ଖେଳା ଯାଇଥିବା ତ୍ରି ରାଷ୍ଟ୍ରୀୟ ଶୃଙ୍ଖଳା ପୂର୍ବରୁ ଦୁର୍ବଳ ରଣକ୍ଷେତ୍ର କୁ କାରଣ କରି ଧୋନି ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଦ୍ରାବିଡ ଙ୍କୁ ଦିନିକିଆ ଦଳ ରୁ ବାଦ୍ ଦେବାକୁ ଚୟନ କର୍ତ୍ତା ଙ୍କୁ କହିଥିଲେ। ୨୦୧୧ ବିଶ୍ୱକପ୍ କୁ ଆଖିରେ ରଖି ଧୋନି ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ।

୨୦୧୨ ରେ ଧୋନି ୱଷ୍ଟ୍ଇଣ୍ଡିଜ୍ ରେ ସଚିନ, ସେହେୱାଗ ଓ ଗମ୍ଭୀର ଙ୍କୁ ଅଦଳବଦଳ କରି ଖେଳାଇଥିଲେ। ଯାହା ଫଳ ରେ ଦଳ ମଧ୍ୟରେ ବିଭାଜନ ସୃଷ୍ଠି ହୋଇଥିଲା। ଯେଉଁଥିପାଇଁ କି ୨୦୧୨ ର ସିବି ସିରିଜ୍ ରେ ଭାରତ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିନଥିଲା।

Leave a Reply

Your email address will not be published. Required fields are marked *