କାଉଡି ଯାତ୍ରା ପାଇଁ ଆଜିଠୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଆରମ୍ଭ ହେଇଗଲାଣି ଶ୍ରାବଣ ମାସ ର ବୋଲବମ ଯାତ୍ରା I ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ କାଉଡିଆ ବେଶରେ ଜଳାଭିଷେକ କରିବାକୁ ଶିବ ମନ୍ଦିର କୁ ଯାତ୍ରା କରିବାରେ ଲାଗିଛନ୍ତି I ତେବେ ଉତ୍ତରIଖଣ୍ଡ ରେ ପ୍ରବଳ ଭକ୍ତ ଙ୍କ ସମାଗମ ହେବାକୁ ଥିବାରୁ ଆଜିଠାରୁ ଜୁଲାଇ ୩୦ ପର୍ଯ୍ୟନ୍ତ , ଅଙ୍ଗନୱାଡି ,ସ୍କୁଲ ,କଲେଜ, ସମସ୍ତ ବନ୍ଦ କରିବାକୁ ଶିକ୍ଷାବିଭାଗ ଅଧିକାରୀ ନିର୍ଦେଶ ଦେଇଛନ୍ତି I ସୂଚନା ଥାଉ କି ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗା ନଦୀରୁ ପାଣି ନେଇ ଉତ୍ତରାଖଣ୍ଡର ଗୋମୁଖ , ହରିଦ୍ୱାର, ଗଙ୍ଗୋତ୍ରୀ ଭଳି ଶୈବ ପୀଠକୁ ଯାତ୍ରା କରିଥାନ୍ତି ,ତେଣୁ ଭିଡ କୁ ଲକ୍ଷ ରଖି ଏଭଳି ନିଷ୍ପତି ନିଆଯାଇଛି I

Leave a Reply

Your email address will not be published. Required fields are marked *