ତାତିଲେଣି କେନ୍ଦ୍ରାପଡା ବାସି , କେନ୍ଦ୍ରାପଡା ରେ ପୁରାଇ ଦେବୁନି , ପୂର୍ବଥର ଭଳି ପୁଣି ନିଆଁ ଜଳିବ

ସାରଥୀ ଙ୍କର ଜାମିନ ମିଳିଥିବା ବେଳେ ଖୁବ ଶୀଘ୍ର ଜେଲ୍ ରୁ ବାହାରିବେ ,ତେବେ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ନଯିବାକୁ ତାଙ୍କୁ ସର୍ତ୍ତ ରଖାଯାଇଛି ହାଇକୋର୍ଟ ଦ୍ୱାରା I
ଏପଟେ କିଛି ହାତଗଣତି ସମର୍ଥକ ସାରଥୀ ଙ୍କୁ ସମର୍ଥନ କରୁଥିବା ବେଳେ କେନ୍ଦ୍ରାପଡା ବାସି ଦେଇଛନ୍ତି ଚେତାବନୀ I ସାରଥୀ ଲୋକଙ୍କୁ ଠକି ଦୀର୍ଘ ଚାରିବର୍ଷ ଥାନାରେ ରହିଥିଲା ପୁଣି ଆସି ଏଠାରେ ପୁଣି ତାକୁ ପ୍ରବେଶ କରାଇ ଆମ ମାଟି କୁ କଳୁଷିତ ହେବାକୁ ଦେବୁନାହିଁ କି ସେ ଲୋକଙ୍କୁ ଠକିବାକୁ ଆମେ କଦାପି କରାଇଦେବୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା I

ଯଦି ସେ ପୁଣି କେନ୍ଦ୍ରାପଡା କୁ ଆସେ ତେବେ ପୂର୍ବଥର ଠାରୁ ଆହୁରି ନିଆଁ ଜଳିବ , ସେଥିପାଇଁ ପ୍ରସାଶନ ଦାୟୀ ରହିବେ ବୋଲି କହିଛନ୍ତି ଅଞ୍ଚଳର ସଙ୍ଗଠକ ପ୍ରଶାନ୍ତ କୁମାର ସାମଲ , ମମତା ସାମନ୍ତରାୟ I ସେହିଭଳି ବାଙ୍କବିହାରୀ ମହାପାତ୍ର କହିଛନ୍ତି କି ସାରଥୀର ପାପ ପୂର୍ଣ୍ଣ ହେଇଯାଇ ସେ ଜେଲ ଗଲା ,ଆଉ ଏଠି ତାର ସ୍ଥାନ ନାହିଁI ଏହା ସହିତ ସ୍ଥାନୀୟ ଲୋକେ କହିଛନ୍ତି କି ଭଲହେବ ସାରଥୀ ଗୋଲକୁଣ୍ଡା ଯାଆନ୍ତୁ ଆମର କିଛି କହିବାର ନାହିଁ କିନ୍ତୁ କେନ୍ଦ୍ରାପଡା ରେ ତାଙ୍କୁ ପୁରାଇ ଦେବୁନାହିଁ I

Leave a Reply

Your email address will not be published. Required fields are marked *