ସାମ୍ବାଦିକ ଙ୍କୁ କି ନ୍ୟାୟ ମିଳିବ ? ଯେଉଁଠି ଟିଭି ମାଲିକ ଚୁପ ,ରାଜନୀତି ପାଖରେ ବନ୍ଧା ପଡିଯାଇଛି କି ସମାଜର ଚତୁର୍ଥ ସ୍ତମ୍ଭ ?

କିଏ ନ୍ୟାୟ ପାଉନି ,ସାମ୍ବାଦିକ ଙ୍କୁ ଖୋଜ ,ପୋଲିସ ର ଜୁଲମ ହେଲା ସାମ୍ବାଦିକ ଙ୍କୁ ଡାକ ,ଦୁର୍ନୀତି ର ଖୁଲାଶା ଠାରୁ ରାଜନୀତି ସବୁଠି ପ୍ରଥମେ ସାମ୍ବାଦିକ ଙ୍କୁ ଖୋଜା ପଡିଥାଏ I ଅନ୍ୟ ପାଇଁ ସ୍ୱର ଉଠାଇ ବଡ ପାଟିରେ ଚିଲାଈ ଚିଲାଈ ସମସ୍ତଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବାକୁ ଚେଷ୍ଟା କରିଥାଏ ସାମ୍ବାଦିକ ଟିଏ I

ଆଜି କିନ୍ତୁ ସମାଜର ଏହି ଚତୁର୍ଥ ସ୍ତମ୍ଭ କେତେ ସୁରକ୍ଷିତ ତାହା ନିକଟରେ ଘଟିଯାଇଥିବା ଚାରି ଚାରୋଟି ଘଟଣା ସୂଚେଇ ଦେଉଛି I ସପ୍ତାହକ ମଧ୍ୟରେ ଚାରି ଜଣ ସାମ୍ବାଦିକ ଙ୍କୁ ଆକ୍ରମଣ ଯେଉଁଥିରେ କି ପୋଲିସ ବାବୁ ମାନେ ମୁଖ୍ୟ ପୁରଧା ସାଜିଛନ୍ତି I

ପ୍ରଥମେ ଜୁଲାଇ ୧୪ରେ ପୁରୀ ଟ୍ରିପଲ ମର୍ଡର ଘଟଣା ର ଖବର ସଂଗ୍ରହ ପାଇଁ ଯାଇଥିବା କନକ ନ୍ୟୁଜ ପ୍ରତିନିଧି ପରେଶ ନାୟକଙ୍କୁ ହାବିଲଦାର ଧକ୍କା ମାରିବା,ଦ୍ୱିତୀୟରେ ଜୁଲାଇ ୧୭ରେ କେନ୍ଦ୍ରାପଡା ରେ ମୁଖ୍ୟମନ୍ତ୍ରୀ ଙ୍କ ସମାବେଶ ଖବର ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ-୧୮ ସାମ୍ବାଦିକ ଅଜେସ ମଲ୍ଲିକ ଙ୍କୁ କେନ୍ଦ୍ରାପଡା ଏସ୍ପି ଦୁର୍ବ୍ୟବହାର କରିବା ସହିତ ହାତ ଉଠାଇଥିଲେ Iଏବଂ ଏହାପରେ ଜୁଲାଇ ୧୯ରେ କଳିଙ୍ଗ ଟିଭିର ସମ୍ବଲପୁର ରିପୋର୍ଟର ଏକ ଘରୋଇ ସ୍କୁଲ ରେ ଦୁଷ୍କର୍ମ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ IIC ଧକ୍କା ମାରି ଦୁର୍ବ୍ୟବହାର କରିଥିଲେ Iସେହିଦିନ ମଧ୍ୟ କେନ୍ଦ୍ରାପଡା ପାଟକୁରା ରେ ଖବର ପ୍ରସାରଣ କରୁଥିବା ସମୟରେ ଅର୍ଗସ ମହିଳା ସାମ୍ବାଦିକା ସ୍ଵାତି ଜେନା ଙ୍କୁ କିଛି ଦୁବୁର୍ତ୍ତ ଆକ୍ରମଣ କରିଥିଲେ I ତେବେ ଦୁଃଖର କଥା ୟା ମଧ୍ୟରେ ଦୀର୍ଘ 10ଦିନ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ଘଟଣାରେ ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି I ନିଜକୁ ଏକ ନମ୍ବର ଗଣମାଧ୍ୟମ କହୁଥିବା କନକ ନ୍ୟୁଜ ଏବଂ କଳିଙ୍ଗ ର ମାଲିକ ସାଶକ ଦଳର ଦୁଇ ପ୍ରମୁଖ ବଳିଷ୍ଠ ନେତା ହେଇଥିଲେ ମଧ୍ୟ ତାଙ୍କ ମାଲିକାନା ରେ ଥିବା ସାମ୍ବାଦିକ ମାନେ ଦିନ ଦିପହର ମାଡ ଖାଉଛନ୍ତି ଆଉ ମାଲିକ ମାନେ ଚୁପ ରହୁଛନ୍ତି Iତାହେଲେ କଣ ସେ ହାବିଲଦାର ଜଣଙ୍କ କନକ ନ୍ୟୁଜ କୁ ଯାହା କହୁଥିଲେ ସତ ,ତମ ସାମ୍ବାଦିକ ମାନଙ୍କର ଓଉକାତ କଣ ? ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି ସେଠି ଅନ୍ୟ ପାଇଁ କିପରି ନ୍ୟାୟ ଦେବେ ସେମାନେ ? ସବୁଠୁ ବେଶୀ ଚକିତ ଲାଗୁଛି ଏତେ ସବୁ ପରେ ମଧ୍ୟ ନିଜକୁ ନିରପେକ୍ଷ କହି ଚିଲାଉଥିବା ଗଣମାଧ୍ୟମ ମାନେ କୁଆଡେ ଗଲେ ?ଏହି ଘଟଣାରେ କଣ ସେମାନେ ସ୍ୱର ଉତ୍ତୋଳନ କରିବା ଉଚିତ ନୁହେଁ କି ? ହଁ କାହାର ବା କଣ ଯାଉଛି ,କିଛିଦିନ ପରେ ଘଟଣା ଥଣ୍ଡା ପଡିଯିବ,ଲୋକେ ବି ଭୁଲିଯିବେ ଆଉ ବିଚରା ସାମ୍ବାଦିକ ମାନେ କାହିଁକି ମାଡ ନଖାଇବେ ସେମାନେ ପରା ପଇସା ନେଉଛନ୍ତି ସଂସ୍ଥା ଠାରୁ ଯେଉଁ ସଂସ୍ଥାର ମାଲିକ ମାନେ ମୁଣ୍ଡ ବିକିଦେଇଛନ୍ତି ରାଜନୀତି ରେ Iଏମିତି ରେ ବି ଯଦି ଦେଖାଯାଏ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ ଯେମିତି ପୂର୍ବରୁ ସୋର ବିଧାୟକ ପର୍ଶୁରାମ ଧଡ଼ା ଙ୍କ ଗୁମର ଖୋଲିବାକୁ ଯାଇଥିବା ଚାରି ସାମ୍ବାଦିକ ଙ୍କୁ ନିର୍ଘାତ ମାଡ ମାରିଥିଲେ ବିଧାୟକ ଙ୍କ ସମର୍ଥକ ଯେଉଁଥିରେ କି କନକ ନିଉଜ ର ରିପୋର୍ଟର ମୋଦ ବିଟୁ ଏବଂ ରାଜାରାମ ଦାସ ଗୁରୁତର ଆହତ ହେଇ ଆଇସିୟୁ ରେ ଭର୍ତି ହେଇଥିଲେ କିନ୍ତୁ କୌଣସି ଗଣମାଧ୍ୟମ ଏହାକୁ ପ୍ରସାରଣ କରିନଥିଲେ ,ସୋସିଆଲ ମିଡ଼ିଆରୁ ଖବର ମିଳିବା ପରେ ଆମ ତରଫରୁ ଏହାକୁ ସମସ୍ତଙ୍କ ନଜର କୁ ଆଣିବା ପରେ କେବଳ ନାମକୁ ମାତ୍ର ଗଣମାଧ୍ୟମ ମାନେ ଖବର ପ୍ରସାରଣ କରି ଚୁପ ରହିଲେ ,ବିଧାୟକ ଙ୍କର କେହି କିଛି ବି କରିପାରିଲେ ନାହିଁ I ଉପସ୍ଥାପନା :ଗୋପାଳଚନ୍ଦ୍ର

Leave a Reply

Your email address will not be published. Required fields are marked *