ସାରଥୀ ଜାମିନ ପାଇବା ପରେ ସୋନାଲି ଭାରି ଖୁସି ,ମହାପୁରୁଷ ଆସୁଛନ୍ତି ,ଷଡଯନ୍ତ୍ର ହେଇଥିଲା ପଢନ୍ତୁ କଣ କହୁଛନ୍ତି ଏହି ଭକ୍ତ

ବହୁଚର୍ଚ୍ଚିତ ସାରଥୀ ମାମଲାରେ ମିଳିଛି ଜାମିନ I ହୁଏତ ଖୁବ ଶୀଘ୍ର ଜେଲ ବାହାରକୁ ଆସିପାରନ୍ତି ସାରଥୀ I ଏନେଇ ହାଇକୋର୍ଟ ପକ୍ଷରୁ ମଧ୍ୟ ସର୍ତ ରଖାଯାଇଛି ଯେ ସାରଥୀ କେନ୍ଦ୍ରାପଡା ବାରିମୂଳ ଆଶ୍ରମ ଯାଇପାରିବେନି କି କୌଣସି ଧର୍ମ ସଭା କରିପାରିବେନି I ତେବେ ସାରଥୀ ଜେଲ ରୁ ବାହାରକୁ ଫେରିବା ଖବର ଶୁଣି ଭକ୍ତ ଙ୍କ ଖୁସି କହିଲେ ନସରେ

I କିଛିଦିନ ତଳେ ବାରିପଦା ରେ ଜଣେ ସାରଥୀ ସମର୍ଥକ ପୂଜା ଆୟୋଜନ କରିଥିବା ବେଳେ ଗାଁ ଲୋକେ ଗୋଡେଇ ଗୋଡେଇ ପିଟିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା I ଏପଟେ ଭକ୍ତ ମାନେ ଲୁଚିଛପି ପୂଜା କରୁଛନ୍ତି ବୋଲି ସାରଥୀ ଙ୍କ ପ୍ରମୁଖ ଭକ୍ତ କୁହାଯାଉଥିବା ସୋନାଲି ମୋନାଲିସା ପୁଣି ମିଡ଼ିଆ ଆଗକୁ ବାହାରିଛନ୍ତି I

ଚାରିବର୍ଷ ତଳେ ଯେତେବେଳେ ସାରଥୀ ଲୋକଙ୍କୁ ଭଣ୍ଡାଇବା ସହିତ ଯୋଉଁ କେଳେଙ୍କାରୀ ର ଚର୍ଚ୍ଚା ହେଇଥିଲା ସେତେବେଳେ ମିଡ଼ିଆ ସାମ୍ନା କୁ ଆସି ସାରଥୀ ଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ ପରେ ସାରଥୀ ଗିରଫ ହେବାପରେ ଏକ ଗଣମାଧ୍ୟମ ରେ କହିଥିଲେ ଯେ ସାରଥୀ ତାଙ୍କ ବିଶ୍ୱାସ ରେ ବିଶ୍ୱାସଘାତକତା ଠାରୁ ଆହୁରି ହୀନ ,ସେ ବାରମ୍ବାର ମିଛ କହିଛନ୍ତି ଏ ଜନମରେ ସେ ଆଉ ବାବାଙ୍କୁ ବିଶ୍ୱାସ କରିବେନି I ତେବେ କିଛିଦିନ ପରେ ସୋନାଲି ଙ୍କ ନାମରେ ଆସିଥିଲା ସାଙ୍ଘାତିକ ଅଭିଯୋଗ
,18 ଡିସେମ୍ବର 2015 ରାଜଧାନୀ ଚାରି ନମ୍ବର ମାଛ ମାର୍କେଟ ରେ ସୋନାଲି ଙ୍କୁ ଘେରି ଯାଇଥିଲେ ମାଛ ବେପାରୀ ଏବଂ ସ୍ଥାନୀୟ ଲୋକେ I

ମାଛ ବ୍ୟବସାୟୀ ରମା ବେହେରା ,ବିକା ବେହେରା ଙ୍କ ସମେତ ଅନ୍ୟ ବ୍ୟବସାୟୀ ଅଭିଯୋଗ କରିଥିଲେ କି ସୋନାଲି ତାଙ୍କ ଠାରୁ ମାଛ ନେଇ ପଇସା ଦେଉନାହାନ୍ତି ବରଂ ସେ ମିଡ଼ିଆ ର ଲୋକ କହି ମାଛ ବ୍ୟବସାୟୀ ଙ୍କୁ ଧମକାଉଥିଲେ ଏପରିକି ରମା ବେହେରା ଙ୍କୁ ଏକ ଚାପୁଡ଼ା ମାରିଥିଲେ ,ଫଳରେ ସେମାନେ ସୋନାଲି ଙ୍କୁ ଘେରିଯାଇଥିଲେ ଏବଂ ଉତ୍ତେଜନା ସୃଷ୍ଟି ହେଇଥିଲା ,

ଘଟଣାସ୍ଥଳରେ ପୋଲିସ ପହଁଚି ସୋନାଲି ଙ୍କୁ ଗିରଫ କରିଥିଲା ତେବେ ଏନେଇ ସୋନାଲି ଘଟଣାକୁ ଖଣ୍ଡନ କରିଥିଲେ ସେତେବେଳେ I ଏବେ ସାରଥୀ ଜାମିନ ପାଇବା ପରେ ପୁଣି ସାରଥୀ ଙ୍କୁ ସମର୍ଥନ ଜଣାଇଛନ୍ତି ସୋନାଲି ଏବଂ କହିଛନ୍ତି କି ମହାପୁରୁଷ ଫେରୁଛନ୍ତି I

Leave a Reply

Your email address will not be published. Required fields are marked *