କଂଗ୍ରେସ ର ବିରଳ ରେକର୍ଡ ୨୦୧୯ ନିର୍ବାଚନରେ ପାଟକୁରାରେ ପ୍ରାଥୀ ପାଇଲେ ୨୦୯୦ ଖଣ୍ଡ ଭୋଟ

ପାଟକୁରା ଉପ ନିର୍ବାଚନ ସରିଯାଇଥିବା ବେଳେ ବିଜୟ ମହାପାତ୍ର ଙ୍କୁ ହରାଇ ବିଜେଡି ପ୍ରାଥୀ ବାଜିମାତ କରିସାରିଛନ୍ତି I ବିଜେଡି ପ୍ରାଥୀ 95162 ଭୋଟ ପାଇଥିବା ବେଳେ ବିଜୟ ମହାପାତ୍ର 77507 ଭୋଟ ପାଇଛନ୍ତି I ତେବେ ସବୁଠୁ ଆଶ୍ଚର୍ଯ୍ୟ ଲାଗିଛି କଂଗ୍ରେସ ର ଭୋଟ ପରିମାଣ ଦେଖିକି I 2014 ରେ କଂଗ୍ରେସ ପ୍ରାଥୀ ଜୟନ୍ତ ମହାନ୍ତି 42138 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାଥୀ ମାନସ ମହାନ୍ତି 21588 ଖଣ୍ଡ ଭୋଟ ପାଇଥିଲେ I

ଚଳିତ ନିର୍ବାଚନ ରେ ବିଜେପି ର ବିଜୟ ମହାପାତ୍ର 77507 ଭୋଟ ପାଇଥିବା ବେଳେ କଂଗ୍ରେସ ର ପ୍ରାଥୀ ଜୟନ୍ତ ମହାନ୍ତି ନିଜ ଅମାନତ ହରେଇଛନ୍ତି I ପୂର୍ବଥର 42138 ଭୋଟ ପାଇଥିବା ବେଳେ ଏଥରକ ମାତ୍ର 2090 ଖଣ୍ଡ ଭୋଟ ପାଇଛନ୍ତି I

Leave a Reply

Your email address will not be published. Required fields are marked *